ଟ୍ରକକୁ ପଛ ପଟୁ ଧକ୍କା ଦେଲା ମାଛ ବୋଝେଇ ଗାଡି, ହେଲ୍ପର ମୃତ, ୩ ଗୁରୁତର
ବାଲେଶ୍ବର : (ସଂକେତ୍ ଟିଭି) ବାଲେଶ୍ଵର ଜିଲ୍ଲା ୬୦ ନମ୍ବର ଜାତୀୟ ରାଜପଥ ରୁପ୍ସା ଥାନା ଅନ୍ତର୍ଗତ ମିରିଗୀମୁଣ୍ଡି ଛକ ନିକଟରେ ରାସ୍ତା କଡରେ ଛିଡା ହୋଇଥିବା ଟ୍ରକକୁ ପଛ ପଟୁ ଧକ୍କା ଦେଲା ମାଛ ବୋଝେଇ ଟ୍ରକ । ଘଟଣା ସ୍ଥଳରେ ହେଲ୍ପର ମୃତ୍ୟୁ ବରଣ କରିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଚିକିତ୍ସା ପାଇଁ ବାଲେଶ୍ବର ଜିଲ୍ଲା ମୁଖ୍ଯ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ, ଆଜି ଭୋର ସମୟରେ ଏକ ମାଛ ବୋଝେଇ ଟ୍ରକ୍ ଅସ୍ତରଙ୍ଗ ଅଂଚଳରୁ ପଶ୍ଚିମବଙ୍ଗ ଦିଘା ଅଭିମୁଖେ ଆସୁଥିବା ବେଳେ ମିରିଗୀମୁଣ୍ଡି ଛକ ନିକଟରେ ଛିଡା ହୋଇଥିବା ଅନ୍ୟ ଏକ ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା ।ଫଳରେ ଘଟଣା ସ୍ଥଳରେ ମାଛ ବୋଝେଇ ହେଲ୍ପରର ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ସମେତ ତିନି ଜଣ ଗୁରୁତର ହୋଇଛନ୍ତି ।
ଖବର ପାଇ ଜାତୀୟ ରାଜପଥ ପେଟ୍ରୋଲିଂ ଭ୍ୟାନ ଏବଂ ରୁପ୍ସା ପୋଲିସ ଘଟଣା ସ୍ଥଳରେ ପହଂଚି ଗୁରୁତରଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାକୁ ପଠେଇଥିବା ବେଳେ, ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ମୃତ ହେଲ୍ପରର ପରିଚୟ ମିଳିପାରି ନାହିଁ।