ଦିଲ୍ଲୀରେ ରାହୁଲ୍‌ ଗାନ୍ଧୀ ଓ ଖଡ୍‌ଗେଙ୍କୁ ଭେଟିଲେ ନୀତୀଶ ଓ ତେଜସ୍ବୀ

ନୂଆଦିଲ୍ଲୀ : (ସଂକେତ୍ ଟିଭି): କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ଓ ଦଳର ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କୁ ଭେଟିଛନ୍ତି ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ । ଆଜି ଦିଲ୍ଲୀରେ ମଲ୍ଲିକାର୍ଜ୍ଜୁନ ଖଡଗେଙ୍କ ଘରେ ଏହିବୈଠକ ବସିଥିଲା। ଏହି ସାକ୍ଷାତ ବେଳେ ‘ଜନତାଦଳ (ୟୁନାଇଟେଡ୍‌)ର ଅଧ୍ୟକ୍ଷ ଲାଲନ ସିଂହ ମଧ୍ୟ ଉପସ୍ଥିତ ଥିଲେ।

ଖଡଗେ କହିଛନ୍ତି ଯେ ଆମେ ବିରୋଧୀ ଦଳଙ୍କୁ ଏକଜୁଟ କରି ଲଢିବୁ। ଏଣୁ ସବୁ ବିରୋଧୀଙ୍କୁ ଏକଜୁଟ କରିବା ଦିଗରେ ଆମେ କରୁଛୁ ବୋଲି ସେ କହିଛନ୍ତି। ଏଣୁ ଏହି ଦିଗରେ ବୈଠକକୁ ସେ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି। ଖଡଗେ କହିଛନ୍ତି ଯେ ସବୁ ପାର୍ଟିଙ୍କୁ ଏକଜୁଟ କରିବାର ଅଛି ଓ ସମସ୍ତଙ୍କୁ ଏକାଠି କରି ଲଢିବାର ଅଛି। ନିତିଶ, ରାହୁଲ ଓ ତେଜସ୍ୱୀ ସମସ୍ତେ ଏକାଠି ହୋଇ ଏହି ଗୋଟିଏ କାମ କରୁଛନ୍ତି। ଆମେ ଲୋକଙ୍କୁ ଏକଜୁଟ କରିବା ପ୍ରସଙ୍ଗରେ ଆଲୋଚନା କରିଥିବା ନିତିଶ କୁମାର କହିଛନ୍ତି। ସାରା ଦେଶରେ ଆହୁରି ଅନେକ ପାର୍ଟି ଆମ ସହିତ ଆସିବେ ବୋଲି ସେ କହିଛନ୍ତି।

ଏହି ଅବସରରେ ରାହୁଲ ଗାନ୍ଧି କହିଛନ୍ତି ଯେ ଖଡଗେ ଜୀ ଓ ନିତିଶ ଜୀ ବିପକ୍ଷଙ୍କୁ ଏକ କରିବା ପାଇଁ ଏହି ପଦକ୍ଷେପକୁ ଐତିହାସିକ କହିଛନ୍ତି। ଦେଶରେ ଏବେ ବିଚାରଧାରାର ଲଢେଇ ଚାଲିଛି, ସଂସ୍ଥାନମାନଙ୍କୁ ବଞ୍ଚେଇବାର ଲଢେଇ ଚାଲିଛି। ଆମେ ଏହା ବିରୋଧରେ ଏକଜୁଟ ହେବୁ । ସେହି ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ରାହୁଲ କହିଛନ୍ତି। ଦିଲ୍ଲୀ ଗସ୍ତ କାର୍ଯ୍ୟକ୍ରମରେ ନିତିଶ ମଙ୍ଗଳବାର ଲାଲୁ ଯାଦବଙ୍କୁ ମିସା ଭାରତୀଙ୍କ ଘରେ ଭେଟିଥିଲେ। କିଡନୀ ଟ୍ରାନ୍ସପ୍ଲାଣ୍ଟ ପରେ ଲାଲୁଙ୍କ ସହ ନିତିଶଙ୍କ ଏହା ପ୍ରଥମ ସାକ୍ଷାତ।