କୋଲାବ ଜଲଭଣ୍ଡାରରେ ଡଙ୍ଗା ବୁଡ଼ି ୩ ମହିଳାଙ୍କ ସମେତ ୪ ମୃତ
କୋରାପୁଟ : (ସଂକେତ୍ ଟିଭି) କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ଥାନା କୋଲାବ ଜଲଭଣ୍ଡାର ତେନ୍ତୁଳିପଡା ଘାଟରେ ଡ଼ଙ୍ଗା ବୁଡି ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୪ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ୪ ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ଜଣାପଡିଛି।
ଡଙ୍ଗାରେ ମୋଟ ୮ ଜଣ ଥିଲେ। ସେମାନେ ମୁଖିଗୁଡ଼ାଇରୁ ତେନ୍ତୁଳିପଦର ଆସୁଥିଲେ। ସେମାନେ ମୁଖିଗୁଡ଼ାଇକୁ ଯାତ୍ରା ଦେଖିବାକୁ ଯାଇଥିଲେ। ଯାତ୍ରା ଦେଖି ଫେରିବା ବେଳେ ଅପରାହ୍ଣ ପ୍ରାୟ ୪ଟା ବେଳେ ଏମିତି ଏକ ଅଘଟଣ ଘଟିଗଲା। କୌଣସି କାରଣରୁ ଡଙ୍ଗାଟି ବୁଡ଼ି ଯାଇଥିଲା। ୪ ଜଣ ନଦୀରେ ବୁଡ଼ି ଯାଇଥିବା ବେଳେ ଆଉ ୪ ଜଣ ପହଁରି ପହଁରି କୂଳକୁ ଆସିଥିଲେ। ସେମାନଙ୍କ ଅବସ୍ଥା ଭଲ ଅଛି।