ଚାକିରି ନ ମିଳିବାରୁ ଯୁବକ କଲେ ଆତ୍ମହତ୍ୟା

ବାଲେଶ୍ବର : (ସଂକେତ୍ ଟିଭି) ଚାକିରି ନ ମିଳିବାରୁ ବେକରେ ଲୁଗା ଲଗାଇ ଆତ୍ମହତ୍ୟା କଲେ ଯୁବକ । ଏଭଳି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ସୋର ବ୍ଲକ ମାଣତ୍ରୀ ପଞ୍ଚାୟତ ବଳିବାଡ଼ ଗ୍ରାମରେ ।

ସୂଚନା ଅନୁସାରେ, ବାଲିବାଡ ଗାଁର ବାବାଜୀ ମଲ୍ଲିକଙ୍କ ପୁଅ ସରୋଜ ମଲ୍ଲିକ (୨୮) ଦୀର୍ଘ ଦିନ ଧରି ଚାକିରି ପାଇଁ ଚେଷ୍ଟା କରୁଥିବା ବେଳେ ଚାକିରି ନ ମିଳିବାରୁ ଚିନ୍ତାରେ ରହିଥିବା ପରିବାର ଲୋକେ କହିଛନ୍ତି। ଗତକାଲି ରାତିରେ ତାଙ୍କ ବାପା ବାବାଜୀ ମଲ୍ଲିକଙ୍କ ସହ ଚାକିରି ମିଳୁନଥିବା ଆଲୋଚନା କରିବା ପରେ ଶୋଇବାକୁ ଯାଇଥିଲେ।

ବିଳମ୍ବିତ ରାତିରେ ପରିବାର ଲୋକେ ତାଙ୍କୁ ରୋଷେଇ ଘରେ ବେକରେ ଲୁଗା ଲଗାଇ ଝୁଲୁଥିବାର ଦେଖିବା ପରେ ସୋର ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସୋର ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରଖିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।