ଭାଙ୍ଗିଲା ବାଙ୍ଗିରିପୋଷିରୁ ଭୁବନେଶ୍ବର ଯାଉଥିବା ଏକ୍ସପ୍ରେସ ଟ୍ରେନର ବଫର
କଟକ : (ସଂକେତ୍ ଟିଭି) କଟକ ରେଳ ଷ୍ଟେସନର ପ୍ଲଟଫର୍ମରେ ଭୁବନେଶ୍ୱରରୁ ବାଙ୍ଗିରିପୋଷି ଯାଉଥିବା ଟ୍ରେନର ବଫର ଭାଙ୍ଗିଯାଇଥିଲା । ଆଜି ଶୁକ୍ରବାର ସକାଳ ପାଖାପାଖି ସାଢେ ୯ଟା ସମୟରେ କଟକ ଷ୍ଟେସନରେ ଏହି ଅଘଟଣ ଘଟିଛି । ଟ୍ରେନ୍ର ସେକେଣ୍ଡ ଏସିର ବଗିଟି ବଫରିଂ ହୋଇଥିବା ବେଳେ ବଫର ଟି ବଙ୍କା ହୋଇ ଆରପଟ ବଗିରେ ପଶିଯାଇଥିଲା ।
ସୂଚନା ଅନୁସାରେ ଆଜି ସକାଳେ ଏହି ଘଟଣା ଘଟିଛି । କଟକ ରେଳ ଷ୍ଟେସନର ୫ ନମ୍ବର ପ୍ଲାଟଫର୍ମରେ ଭୁବନେଶ୍ୱରରୁ ବାଙ୍ଗିରିପୋଷି ଯାଉଥିବା ଟ୍ରେନର ଏସି ବଗିଟି ବଫରିଂ ହୋଇଥିବାବେଳେ ଏହାର ବଫର ବଙ୍କା ହୋଇ ଆରପଟ ବଗିରେ ପଶି ଯାଇଥିଲା । ସକାଳ ପ୍ରାୟ ସାଢେ ୯ଟା ସମୟରେ ଟ୍ରେନ କଟକ ଷ୍ଟେସନରେ ପହଞ୍ଚିବା ପରେ ଏହି ସମସ୍ୟା ଦେଖାଯାଇଥିଲା । ଏହାକୁ ନେଇ ଯାତ୍ରୀମାନେ ଆତଙ୍କିତ ହୋଇଯାଇଥିଲେ । ତେବେ ଏହି ଅଘଟଣରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି । କିନ୍ତୁ ଏହାଯୋଗୁଁ ପ୍ଲାଟଫର୍ମରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ବାଙ୍ଗିରପୋଷି ଭୁବନେଶ୍ବର ଟ୍ରେନର ବରଫ ଭାଙ୍ଗିବା ପରେ ସଙ୍ଗେ ସଙ୍ଗେ ରେଳ ବିଭାଗର ଟେକ୍ନିକାଲ ଟିମ୍ ପ୍ଲାଟଫର୍ମ ନଂ ୫ରେ ପହଞ୍ଚି ଏହାକୁ ମରାମତି କରିଥିଲେ ।