ନଦୀରେ ଖସି ପଡିଲା ଟ୍ରାକ୍ଟର ଟ୍ରଲି୍, ୧୧ ମୃତ, ୩୧ ଆହତ
ଲକ୍ଷ୍ନୌ : (ସଂକେତ୍ ଟିଭି) ଉତ୍ତର ପ୍ରଦେଶର ଶାହାଜାହନପୁରରେ ଟ୍ରାକ୍ଟର ଡାଲା ହଠାତ୍ ଗାର୍ରା ନଦୀରେ ଖସି ପଡ଼ିବା ଫଳରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୩୧ ଜଣ ଆହତ ହୋଇଛନ୍ତି ।
ସୂଚନା ଅନୁସାରେ ଅଜମତପୁର ଗାଁରେ ଭାଗବତ କଥାର ଆୟୋଜନ କାର୍ଯ୍ୟକ୍ରମ ଥିଲା । ଏହା ପୂର୍ବରୁ ଶନିବାର ଅପରାହ୍ଣରେ ଦୁଇଟି ଟ୍ରାକ୍ଟର ଟ୍ରଲିରେ ଭର୍ତ୍ତି ହୋଇ ଲୋକମାନେ ଗର୍ରା ନଦୀରୁ ଜଳ ଆଣିବାକୁ ପହଞ୍ଚିଥିଲେ । ପ୍ରାୟ ୪୨ ଜଣ ଏଥିରେ ଥିଲେ । ପାଣି ଭରି ସମସ୍ତେ ଫେରୁଥିଲେ । ଦୁଇ ଟ୍ରାକ୍ଟର ଚାଳକ ପ୍ରଥମ ପହଞ୍ଚିବା ପାଇଁ ପରସ୍ପରକୁ ଓଭରଟେକ୍ କରୁଥିଲେ । ଓଭରଟେକ୍ ସମୟରେ ଦୁଇ ଟ୍ରାକ୍ଟର ନିୟନ୍ତ୍ରଣ ହରାଇଥିଲେ ଏବଂ ଟ୍ରଲି ନଦୀକୁ ଖସି ପଡ଼ିଥିଲା । ଆଖପାଖରେ ଥିବା ଲୋକେ ଉଦ୍ଧାର କରିବାକୁ ପହଞ୍ଚିଥିଲେ । ବରିଷ୍ଠ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଆମ୍ୱୁଲାନ୍ସ ଏବଂ ଆଗ୍ନିଶନ ବାହିନୀ କର୍ମଚାରୀ ଏବଂ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।