ଓଡିଆରେ ଦେଇ ହେବ କେନ୍ଦ୍ରୀୟ ସଶସ୍ତ୍ର ବଳ କନେଷ୍ଟବଳ ପରୀକ୍ଷା

ନୂଆଦିଲ୍ଲୀ : (ସଂକେତ୍ ଟିଭି) କେନ୍ଦ୍ରୀୟ ସଶସ୍ତ୍ର ବଳ (CAPF)କନଷ୍ଟେବଲ ପରୀକ୍ଷା ଏବେ ଆଞ୍ଚଳିକ ଭାଷାରେ ହେବ। ହିନ୍ଦୀ ଇଂରାଜୀ ସହ ୧୩ଟି ଆଞ୍ଚଳିକ ଭାଷାରେ ପିଲା ପରୀକ୍ଷା ଦେବେ ବୋଲି କେନ୍ଦ୍ର ଗୃହମନ୍ତ୍ରଣାଳୟ ଅନୁମତି ଦେଇଛି। ଏଥିରେ ଓଡ଼ିଆ ଭାଷା ବି ରହିଛି।

ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ସୂଚନା ମୁତାବକ ଆସନ୍ତାବର୍ଷ ଠାରୁ ଏହି ନିୟମ ଲାଗୁ କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିଷ୍ପତ୍ତି ଗ୍ରହଣ କରିଛି । ପୂର୍ବରୁ ଏହି ପରୀକ୍ଷା କେବଳ ହିନ୍ଦୀ ଓ ଇଂରାଜୀରେ ହେଉଥିଲା । ଏହି ନୂଆ ନିୟମ ଅନୁସାରେ ଆଶାୟୀ ପ୍ରାର୍ଥୀମାନେ ଏବେ ବିଭିନ୍ନ ଆଞ୍ଚଳିକ ଭାଷାରେ ମଧ୍ୟ ପରୀକ୍ଷା ଦେଇପାରିବେ । ଏହି ତାଲିକାରେ ସ୍ଥାନ ପାଇଥିବା ଭାଷାଗୁଡିକ ମଧ୍ୟରେ ଆସାମୀ, ବେଙ୍ଗଲୀ, ଗୁଜରାଟୀ, ମରାଠୀ, ମାଲାୟାଲମ, କନ୍ନାଡ଼ା, ତାମିଲ, ତେଲଗୁ, ଓଡ଼ିଆ, ଉର୍ଦ୍ଦୁ,ପଞ୍ଜାବୀ, ମଣିପୁର ଏବଂ କୋନକନୀ ଭାଷା ରହିଛି ।

ସିଆର୍‌ପିଏଫ୍ରେ ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ(ସିଆର୍‌ପିଏଫ୍), ବର୍ଡର ସିକ୍ୟୁରିଟି ଫୋର୍ସ(ବିଏସ୍‌ଏଫ୍), ସେଣ୍ଟ୍ରାଲ୍ ଇଣ୍ଡଷ୍ଟ୍ରୀଆଲ୍ ସିକ୍ୟୁରିଟି ଫୋର୍ସ(ସିଆଇଏସ୍‌ଏଫ୍), ଇଣ୍ଡୋ-ତିବେତାନ ବର୍ଡର ପୁଲିସ(ଆଇଟିବିପି),ସଶସ୍ତ୍ର ସୀମା ବଳ (ଏସ୍‌ଏସ୍‌ବି) ଏବଂ ନ୍ୟାସ୍‌ନାଲ ସିକ୍ୟୁରିଟି ଗାର୍ଡ(ଏନ୍‌ଏସ୍‌ଜି) ପଦ ରହିଛି।