ବିଷାକ୍ତ ମଦ ପିଇ ୮ ମୃତ, ୨୫ ଗୁରୁତର
ପାଟନା : (ସଂକେତ୍ ଟିଭି) ବିଷାକ୍ତ ମଦ ପିଇ ବିହାରର ମୋତିହାରି ଜିଲ୍ଲାରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆଉ ୨୫ ଜଣ ଗୁରୁତର ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଘଟଣାକୁ ଗୁରୁତର ସହ ନେଇ ଜିଲାପାଳ ସୌରଭ ଜୋରଓ୍ବାଲା ଏହାର ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି।
ସଦର ଓ ଅରେରାଜର ଅନୁମଣ୍ଡଳ ପଦାଧିକାରୀଙ୍କୁ ସଂପୃକ୍ତ ଗାଁକୁ ଯାଇ ଯାଞ୍ଚ ରିପୋର୍ଟ ଦେବାକୁ କୁହାଯାଇଛି। ସ୍ବାସ୍ଥ୍ୟ ବିଭାଗର ଟିମ ସଂପୃକ୍ତ ଗାଁକୁ ଯାଇଛନ୍ତି। ମଦ ସେବନ ଘଟଣାର ଅନୁସନ୍ଧାନ ପାଇଁ ପ୍ରଡକ୍ଟ ଅଧିକ୍ଷକଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇଛି। ଜିଲ୍ଲାର ଲକ୍ଷ୍ମୀପୁର, ପାହାରପୁର ଓ ହରିସିଦ୍ଧି ବ୍ଲକରେ ବିଷାକ୍ତ ମଦ ୮ ଜଣଙ୍କ ଜୀବନ ନେଇଥିବା ପୁଲିସ କହିଛି। ଆଉ ୨୫ ଜଣ ଅସୁସ୍ଥ ହେବାକରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୫ରୁ ୮ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି।