ସିବିଆଇ ଅଫିସରେ ହାଜର ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ
ନୂଆଦିଲ୍ଲୀ : (ସଂକେତ୍ ଟିଭି) ଅବକାରୀ ନୀତି ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ନୋଟିସ୍ ମିଳିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସିବିଆଇରେ ହାଜର ହୋଇଛନ୍ତି । ତାଙ୍କ ସହିତ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଦିଲ୍ଲୀ କ୍ୟାବିନେଟ ମନ୍ତ୍ରୀ ଆପ୍ ସାଂସଦ ଓ ନେତାମାନେ ମଧ୍ୟ ସିବିଆଇ ଅଫିସରେ ପହଞ୍ଚିଥିବା ଦେଖାଯାଇଛି ।
ତେବେ ହାଜର ହେବା ପୂର୍ବରୁ କେନ୍ଦ୍ରୀୟ ତଦନ୍ତ ଏଜେନ୍ସି ଉପରେ କେଜ୍ରିୱାଲ ବର୍ଷିଛନ୍ତି । ସିବିଆଇ ବିଜେପି ନିୟନ୍ତ୍ରଣରେ ଥିବା ଗଣମାଧ୍ୟମ ଆଗରେ ସେ ଅଭିଯୋଗ କରିଛନ୍ତି । ଅବକାରୀ ଦୁର୍ନୀତି ମାମଲାରେ ପୂର୍ବରୁ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗିରଫ ହୋଇ ଜେଲ୍ରେ ଅଛନ୍ତି । ଏହି ଘଟଣା ସଂକ୍ରାନ୍ତରେ ପଚରାଉଚରା ପାଇଁ ସିବିଆଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମନ ଜାରି କରିଥିଲା ।
ଆଜି ଦିନ ୧୧ଟାରେ ହାଜର ହେବାକୁ ଡକାଇଥିଲା। ତେବେ ସିବିଆଇ ଅଫିସକୁ ଯିବା ପୂର୍ବରୁ କେଜ୍ରିୱାଲ ପ୍ରଥମେ ଦିଲ୍ଲୀ ରାଜଘାଟରେ ଥିବା ବାପୁଙ୍କ ସମାଧିସ୍ଥଳରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହି ସମୟରେ ସେ କହିଥିଲେ ଯେ ଆମେ ବାପୁଙ୍କ ମାର୍ଗରେ ଅଛୁ । ଅନ୍ୟାୟ ଓ ଅତ୍ୟାଚର ବିରୋଧରେ ସତ୍ୟପଥରେ ଚାଲିଛୁ । ଶେଷରେ ବିଜୟ ସତ୍ୟର ହିଁ ହେବ । ଦି
ଲ୍ଲୀ ମୁଖ୍ୟମନ୍ତ୍ରୀ ସିବିଆଇ ଅଫିସ ବାହାରେ ଗଣମାଧ୍ୟମକୁ କରିଛନ୍ତି ମୁଁ ସବୁ ପ୍ରଶ୍ନର ଉତ୍ତର ଦେବି । ସିବିଆଇ ବିଜେପି ନିୟନ୍ତ୍ରଣରେ କାର୍ଯ୍ୟ କରୁଛି । ବିଜେପି ନେତା ମୋ ଗିରଫଦାରୀ କଥା କହୁଛନ୍ତି । ଆହୁରି ମଧ୍ୟ କହିଛନ୍ତି ଯେ କିଛି ଦେଶ ବିରୋଧି ଭାରତର ବିକାଶ ଚାହୁଁନାହାନ୍ତି । କିନ୍ତୁ ଦେଶ ପ୍ରଗତି କରିଚାଲିବ ବୋଲି ମୁଁ ସେହି ଲୋକମାନଙ୍କୁ କହିବାକୁ ଚାହୁଁଛି ।