ଯୁବକଙ୍କ ଯୌନାଙ୍ଗ କାଟି ହତ୍ୟା
ବରଗଡ : (ସଂକେତ୍ ଟିଭି) ବରଗଡ଼ ଜିଲ୍ଲା ସୋହେଲା ଥାନା ବୁଡାମାଲ ଗାଁରେ ଯୁବକଙ୍କ ଯୌନାଙ୍ଗ କାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ, ହତ୍ୟା କରାଯାଇଥିବା ଯୁବକଙ୍କ ନାମ ସାନନ୍ଦ ସା । ତାଙ୍କ ଯୌନାଙ୍ଗକୁ କାଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ଚାଷ ଜମି ନିକଟରେ ସାନନ୍ଦଙ୍କ ମୃତଦେହ ପଡି ରହିଥିବା ବେଳେ ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରଛନ୍ତି । ତେବେ କିଏ ଓ କାହିଁକି ହତ୍ୟା କରିଛି ତାର କାରଣ ଜଣା ପଡିନାହିଁ।