ଗ୍ୟାଙ୍ଗଷ୍ଟର ଅତିକ ଅହମଦ ଓ ଭାଇ ଅସ୍ରଫ୍‌ କୁ ଗୁଳି କରି ହତ୍ୟା

ଲକ୍ଷ୍ନୌ : (ସଂକେତ୍ ଟିଭି) ଗ୍ୟାଙ୍ଗଷ୍ଟର ଅତିକ ଅହମଦ ଓ ତାର ଭାଇ ଅସରଫଙ୍କୁ ୩ ଆକ୍ରମଣକାରୀ ଆଖିବୁଜା ଗୁଳି ମାଡ କରିଥିଲେ। ଏହି ଗୁଳି ମାଡରେ ଉଭୟଙ୍କ ମୃତ୍ୟୁ ହୋଇଛି। ତେବେ ଆକ୍ରମଣକାରୀମାନେ ଜୟ ଶ୍ରୀରାମ ଧ୍ବନି ଦେଇ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।

ମାଫିଆ ଡନ୍‌ ଆତିକ ଓ ଭାଇ ଆଶ୍ରଫଙ୍କ ହତ୍ୟାକାରୀଙ୍କୁ ପୁଲିସ ଚିହ୍ନଟ କରିଛି । ହତ୍ୟାକାରୀ ହେଲେ ଲୁଭଲେଶ ତିୱାରୀ, ସନ୍ନି ଓ ଅରୁଣ ମୌର୍ଯ୍ୟ ।୩ ସୁଟର ବ୍ୟବହାର କରିଥିବା ବାଇକ ଓ ବନ୍ଧୁକ ଜବତ ହୋଇଛି ।

ସୂଚନା ଅନୁସାରେ, ଉତ୍ତରପ୍ରଦେଶର ପ୍ରୟାଗରାଜସ୍ଥିତ କଲଭିନ ମେଡିକାଲ କଲେଜ ହସପିଟାଲକୁ ଶନିବାର ରାତିରେ ଅତିକ ଅହମ୍ମଦ ଓ ତା’ର ଭାଇ ଅସରଫଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ଏକ ଗାଡିରେ ନିଆଯାଉଥିବାବେଳେ ଗାଡି ଉପରକୁ ୩ ଆକ୍ରମଣକାରୀ ଆଖିବୁଜା ଗୁଳି ମାଡ କରିଥିଲେ। ଏହି ଆକ୍ରମଣରେ ମାନ ସିଂହ ନାମକ ଜଣେ ପୁଲିସ କନଷ୍ଟେବଳ ମଧ୍ୟ ଆହତ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ଗୁରୁବାର ଉତ୍ତରପ୍ରଦେଶର ଝାଂସୀ ନିକଟରେ ଉତ୍ତରପ୍ରଦେଶ ଏସଟିଏଫ ଅତିକ ଅହମ୍ମଦର ପୁଅ ଅସଦ ଓ ତା’ର ଘନିଷ୍ଟ ସହଯୋଗୀ ସୁଟର ଗୁଲାମକୁ ଏନକାଉଣ୍ଟର କରିଥିଲେ। ଉଭୟଙ୍କ ମୃତ୍ୟୁ ହୋଇଥିଲା। ଅସଦକୁ ଧରାଇଦେଲେ ପୁଲିସ ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲା। ଦେଢ଼ମାସ ଧରି ଏମାନଙ୍କୁ ପୁଲିସ ଖୋଜୁଥିଲା।

ଗୁଳି ମାରିବା ପରେ ଅଭିଯୁକ୍ତମାନେ ସରେଣ୍ଡର କରିଥିବାର ମିଡିଆ ଭିଜୁଆଲରେ ଦେଖିବାକୁ ମିଳିଛି। ଜଣେ ଅଭିଯୁକ୍ତଙ୍କୁ ପୁଲିସ ମାଡିବସି ଧରିଥିବାର ମଧ୍ୟ ଦେଖିବାକୁ ମିଳିଥିଲା। ୩ ଅଭିଯୁକ୍ତଙ୍କୁ ପୁଲିସ କଷ୍ଟୁଡିରେ ନେଇଥିବା ସୂଚନା ମିଳିଛି। ତେବେ ହଠାତ୍ ଅପରାଧିଙ୍କ ପରିଚୟ ଉଜାଗର ହୋଇପାରି ନାହିଁ।

ଏହି ଘଟଣା ପରେ ଉକ୍ତ ଏରିଆରେ ଚାପା ଉତ୍ତେଜନା ଦେଖା ଦେଇଛି। ଘଟଣା ସ୍ଥଳରେ ପୁଲିସ ମୁତୟନ କରାଯାଇଛି। ଉକ୍ତ ଅଞ୍ଚଳରେ ଲୋକେ ଭୟରେ ଦୋକାନ ବଜାର ବନ୍ଦ କରିଦେଇ ଚାଲିଯାଉ ଥିବା ଦେଖିବାକୁ ମିଳିଛି। ତେବେ କେଉଁମାନେ ମାରିଛନ୍ତି କାହିଁକି ମାରିଛନ୍ତି ସେ ନେଇ ହଠାତ୍ ପୁଲିସ ମିଡିଆ ସାମ୍ନାରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛି। ତେବେ ଘଟଣା ପରେ ଲ ଆଣ୍ଡ ଅର୍ଡର ଏଡିଜି ପ୍ରଶାନ୍ତ କୁମାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ଭେଟିବାକୁ ଯାଇଥିବା ସୂଚନା ମିଳିଛି।