ସମ୍ବଲପୁରରେ ଖୋଲିଲା ଦୋକାନ ବଜାର; ଏପ୍ରିଲ୧୮ ପର୍ଯ୍ୟନ୍ତ ବନ୍ଦ ରହିବ ଇଣ୍ଟରନେଟ୍ ସେବା
ସମ୍ବଲପୁର : (ସଂକେତ୍ ଟିଭି) ସମ୍ବଲପୁର ସହରର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଏବେ ସକାଳ୭ଟା୩୦ରୁ ରାତି ୧୧ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ହେଲେ ପ୍ରିଲ ୧୮ ତାରିଖ ସକାଳ ୧୦ ପର୍ଯନ୍ତ ଏଠାରେ ଇଣ୍ଟରନେଟ୍ ସେବା ବନ୍ଦ ରହିବ । ସମ୍ବଲପୁରରେ ହନୁମାନ ଜୟନ୍ତୀ ସମାରୋହ ବେଳେ ପଥରମାଡ ଏବଂ ହିଂସା ଘଟଣାରେ ସମ୍ବଲପୁରରେ ଇଣ୍ଟରନେଟ୍ ଉପରେ କଟକଣା ଜାରି କରାଯାଇଛି ।