ଟିଏମସି ସରକାରଙ୍କୁ ହଟାଇବାକୁ ଷଡଯନ୍ତ୍ର କରୁଛନ୍ତି ଶାହା : ମମତା ବାନାର୍ଜୀ

କୋଲକାତା : (ସଂକେତ୍ ଟିଭି) ଦେଶକୁ ସୁରକ୍ଷା ଦେବା ପରିବର୍ତ୍ତେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆମ ସରକାରଙ୍କୁ ହଟାଇବାକୁ ଷଡଯନ୍ତ୍ର କରୁଛନ୍ତି। ଏହା କହିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ନିକଟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଥିଲେ। ଶାହା କହିଥିଲେ, ୨୦୨୪ ଲୋକ ସଭା ନିର୍ବାଚନରେ ଯଦି ଭାଜପା ୩୫ ରୁ ଅଧିକ ସିଟ୍‌ ପାଇବ, ତେବେ ରାଜ୍ୟରେ ଟିଏମସି ସରକାର କାର୍ଯ୍ୟକାଳ ଶେଷ କରିବେ। ତେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ବୟାନକୁ ନେଇ ପାଲଟା ଉତ୍ତର ଦେଇ କହିଛନ୍ତି, ଦେଶକୁ ସୁରକ୍ଷା ଦେବା ପରିବର୍ତ୍ତେ ସେମାନେ ଆମ ସରକାରଙ୍କୁ ହଟାଇବାକୁ ଷଡଯନ୍ତ୍ର କରୁଛନ୍ତି।