ପ୍ରଧାନମନ୍ତ୍ରୀଙ୍କୁ ଜାତିଭିତ୍ତିକ ଜନଗଣନା ପାଇଁ ଦାବି କଲେ ମଲ୍ଲିକାର୍ଜୁନ ଖଡ୍ଗେ
ନୂଆଦିଲ୍ଲୀ : (ସଂକେତ୍ ଟିଭି) କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଜାତିଭିତ୍ତିକ ଜନଗଣନା ପାଇଁ ଦାବି କରିଛନ୍ତି । ସେ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି । ସେହି ଚିଠିକୁ ଖଡଗେ ଆଜି ସାମାଜିକ ଗଣମାଧ୍ୟମରେ ସେୟାର୍ କରିଛନ୍ତି।
ଖଡ୍ଗେ ଚିଠିରେ ଦର୍ଶାଇଛନ୍ତି ଯେ, ପ୍ରତି ଦଶ ବର୍ଷରେ ହେଉଥିବା ଜନଗଣନା ୨୦୨୧ରେ ହେବା କଥା, କିନ୍ତୁ ତହା ଏଯାବତ୍ ହୋଇନାହିଁ। ଏହାଛଡ଼ା, ସଦ୍ୟତମ ଜାତିଭିତ୍ତିକ ଜନଗଣନାର ନିର୍ଭରଯୋଗ୍ୟ ‘ଡାଟାବେସ୍’ ନ ଥିବାରୁ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ କାର୍ଯ୍ୟକ୍ରମ ପୂର୍ଣ୍ଣାଙ୍ଗ ହୋଇ ପାରୁନାହିଁ। ବିଶେଷକରି, ‘ଅନ୍ୟାନ୍ୟ ପଛୁଆ ବର୍ଗ’ଙ୍କ ନିମେନ୍ତ ଅସୁବିଧା ହେଉଛି।
୨୦୧୧-୧୨ରେ ୨୫ କୋଟି ପରିବାରକୁ ଅନ୍ତର୍ଭୁକ୍ତ କରି ପ୍ରଥମ ଥର ପାଇଁ ‘ଉପା’ ସରକାର ‘ସାମାଜିକ ଆର୍ଥିକ ଓ ଜାତି ଜନଗଣନା’ (ଏସ୍ଇସିସି) କରିଥିଲା। ମେ ୨୦୧୪ରେ ଆପଣଙ୍କ ସରକାର କ୍ଷମତାସୀନ ହେବା ପରେ କଂଗ୍ରେସ ଏବଂ ଅନ୍ୟ ସାଂସଦମାନେ ଦାବି କଲେ ସୁଦ୍ଧା ବିଭିନ୍ନ କାରଣରୁ ଉକ୍ତ ଜାତିଗତ ତଥ୍ୟ ପ୍ରକାଶ ପାଇଲା ନାହିଁ। ତେଣୁ, ତୁରନ୍ତ ଜାତିଭିତ୍ତିକ ଜଣଗଣନା କରାଯିବା ଉଚିତ ବୋଲି ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।