ସୁପ୍ରିମକୋର୍ଟରେ ପହଞ୍ଚିଲା ଅତିକ ଅହମ୍ମଦ ହତ୍ୟା ମାମଲା

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଉତ୍ତରପ୍ରଦେଶ ପୋଲିସ ହେପାଜତରେ ପ୍ରୟାଗରାଜରେ ମାଫିଆ ଅତିକ ଅହମ୍ମଦ ଏବଂ ତାଙ୍କ ଭାଇ ଅଶ୍ରଫ୍‌ଙ୍କ ହତ୍ୟା ମାମଲା ସୋମବାର ସୁପ୍ରିମକୋର୍ଟରେ ପହଞ୍ଚିଛି। ହତ୍ୟା ଘଟଣାର ତଦନ୍ତ ନେଇ ଏକ ପିଟିସନ ଦାଖଲ ହୋଇଛି। ଦାଖଲ ହୋଇଥିବା ଆବେଦନରେ ସୁପ୍ରିମକୋର୍ଟର ଜଣେ ପୂର୍ବତନ ବିଚାରପତିଙ୍କ ଦ୍ୱାରା ମାମଲା ଶୁଣାଣି କରାଯିବାକୁ ମଧ୍ୟ ଦାବି କରାଯାଇଛି। ଆବେଦନକାରୀ ୨୦୧୭ରୁ ଉତ୍ତରପ୍ରଦେଶରେ ହୋଇଥିବା ଏନକାଉଣ୍ଟର ଯାଞ୍ଚ ପାଇଁ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତିଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ବିଶେଷଜ୍ଞ କମିଟି ଗଠନ ପାଇଁ ମଧ୍ୟ ଆବେଦନ କରିଛନ୍ତି।

ଆଇନଜୀବୀ ବିଶାଲ ତିୱାରୀ ଏହି ପିଟିସନ ଦାଖଲ କରାଯାଇଛି। ୨୦୧୭ରୁ ଆଜି ଯାଏଁ ହୋଇଥିବା ୧୮୩ଟି ଏନକାଉଣ୍ଟର ଯାଞ୍ଚ ପାଇଁ ଏହି ଯାଚିକାରେ ଆବେଦନ କରାଯାଇଛି। ୟୁପିରେ ହୋଇଥିବା ଏନକାଉଣ୍ଟର ସମ୍ପର୍କରେ ଉତ୍ତରପ୍ରଦେଶର ପୋଲିସ୍‌ ମହାନିର୍ଦ୍ଦେଶକ (ଲ୍‌ ଆଣ୍ଡ ଅର୍ଡର) କହିଛନ୍ତି, ଏହି ହାଇପ୍ରୋଫାଇଲ୍‌ ହତ୍ୟାକାଣ୍ଡର ସୂଚାରୁ ରୂପେ ତଦନ୍ତ କରିବାକୁ ସେ ମଧ୍ୟ ଦାବି କରିଛନ୍ତି।

ତେବେ ଅନ୍ୟ ନକଲି ଏନକାଉଣ୍ଟରର ଖୁଲାସା ପାଇଁ ଆଡଭୋକେଟ ବିଶାଲ ତିୱାରୀ ଦାବି କରିଛନ୍ତି। ଏହା ବ୍ୟତୀତ ୨୦୨୦ରେ କାନପୁର ବିକାରୁ ଏନକାଉଣ୍ଟର ଯାଞ୍ଚ ପାଇଁ ମଧ୍ୟ ସେ ଦାବି କରିଛନ୍ତି। ଏହି ଏନକାଉଣ୍ଟରରେ ବିକାଶ ଦୁବେ ଏବଂ ତାଙ୍କ ସହଯୋଗୀଙ୍କୁ ହତ୍ୟା କରାଯାଇଥିଲା।