କଂଗ୍ରେସରେ ମିଶିଲେ ପୂର୍ବତନ ବିଜେପି ମୁଖ୍ୟମନ୍ତ୍ରୀ ଜଗଦିଶ ଶେଟ୍ଟାର

ବେଙ୍ଗାଲୁରୁ: (ସଂକେତ୍ ଟିଭି) କର୍ଣ୍ଣାଟକରେ ବିଜେପିକୁ ପୁଣି ଏକ ଶକ୍ତ ଝଟ୍‌କା। କର୍ଣ୍ଣାଟକ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର ସୋମବାର କଂଗ୍ରେସରେ ଯୋଗ ଦେଇଛନ୍ତି। ପ୍ରଥମେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସଙ୍ଗପ୍ପା ସାୱାଡ଼ି ଇସ୍ତଫା ଦେଇ କଂଗ୍ରେସରେ ମିଶିଥିଲେ। ଆଗାମୀ ନିର୍ବାଚନ ଲଢ଼ିବାକୁ ଦଳ ଶେଟ୍ଟାରଙ୍କୁ ଟିକେଟ୍ ନଦେବାରୁ ସେ କଂଗ୍ରେସରେ ଯୋଗ ଦେଇଛନ୍ତି।

ଆଜି ସକାଳେ ବେଙ୍ଗାଲୁରୁର ଦଳୀୟ ଅଫିସ୍‌ରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ଡିକେ ଶିବକୁମାର ଓ ରାଜ୍ୟ କଂଗ୍ରେସ ପ୍ରଭାରୀ ରଣଦୀପ ସୂର୍ଯେୱାଲା, ସିଦ୍ଧରମେୟାଙ୍କ ଉପସ୍ଥିତିରେ ଶେଟ୍ଟାରେ କଂଗ୍ରେସରେ ଯୋଗ ଦେଇଛନ୍ତି। ଏନେଇ ଖୁବଶୀଘ୍ର ମଲ୍ଲିକାର୍ଜୁନ ଖଡ଼ଗେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ତେବେ କଂଗ୍ରେସରେ ଯୋଗ ଦେବା ପୂର୍ବରୁ ସେ କୌଣସି ଦାବି କରି ନାହାନ୍ତି ବୋଲି ଶିବକୁମାର କହିଛନ୍ତି।

ଶିବକୁମାର କହିଛନ୍ତି “ଜଗଦିଶ ଶେଟ୍ଟାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଦାବି କରାଯଆଇ ନାହିଁ। ସେ ଦଳର ନୀତି ଆଦର୍ଶ ସହ ରାଜି ହୋଇ କଂଗ୍ରେସରେ ଯୋଗ ଦେଇଛନ୍ତି। ଆମେ ଦେଶକୁ ଏକାଠି କରିବାକୁ ଚାହୁଁଛୁ। କେବଳ କଂଗ୍ରେସ ହିଁ ଏପରି କରିପାରିବ।