ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ଟିଏମ୍ସି ବିଧାୟକଙ୍କୁ ଗିରଫ କଲା ସିବିଆଇ
କୋଲକାତା : (ସଂକେତ୍ ଟିଭି) ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ସିବିଆଇ ଟିଏମ୍ସି ବିଧାୟକ ଜୀବନ କ୍ରିଷ୍ଣା ଶାହଙ୍କୁ ଗିରଫ କରିଛି । ଶାହଙ୍କୁ ସିବିଆଇ ମୁର୍ଶିଦାବାଦରୁ ତାଙ୍କ ଘରେ ପଚରାଉଚରା ଜାରି ରଖିଥିଲା । ୬୫ ଘଣ୍ଟା ଜେରା କରିବା ପରେ ତାଙ୍କୁ ଆଜି ଗିରଫ କରାଯାଇଛି। ବିଧାୟକ ତଦନ୍ତରେ ସହଯୋଗ କରୁଥିବା କରୁନଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।
ଏହି ଦୁର୍ନୀତିରେ ଶାହ ତୃତୀୟ ବିଧାୟକ ଭାବେ ଗିରଫ ହୋଇଛନ୍ତି। ଏହା ପୂର୍ବରୁ ଶାହ ମାଣିକ ଭଟ୍ଟାଚାର୍ଯ୍ୟ ଓ ପ୍ରାର୍ଥା ଚାଟାର୍ଜୀ ମଧ୍ୟ ଗିରଫ ହୋଇସାରିଛନ୍ତି। ସୂଚନା ଅନୁସାରେ ଶିକ୍ଷକ ନିଯୁକ୍ତ ଘୋଟାଲାରେ ଜୀବନ କ୍ରିଷ୍ଣା ଶାହଙ୍କ ଘରୁ ଅନେକ ଡକ୍ୟୁମେଣ୍ଟ ଜବତ ହୋଇଛି। ଆହୁରି ତଦନ୍ତ ବେଳେ ଶାହ ତାଙ୍କର ଦୁଇଟି ମୋବାଇଲ୍ ଫୋନ୍କୁ ପୋଖରୀରେ ଫିଙ୍ଗି ଦେଇଥିବା ସୂଚନା ମିଳିଛି। ସିବିଆଇଙ୍କ ଠାରୁ ମୋବାଇଲ୍ ଛଡ଼ାଇ ବିଧାୟକ ଫିଙ୍ଗି ଦେଇଥିବା ସୂଚନା ମିଳିଛି। ତେବେ ସର୍ଚ୍ଚ ଅପରେସନ ବଳେ ଗୋଟିଏ ଫୋନ୍ ମିଳିଥିବା ବେଳେ ଆଉ ଏକ ଫୋନ୍ ଖୋଜା ଚାଲିଛି।