ଝାରସୁଗୁଡା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ

ଝାରସୁଗୁଡ଼ା : (ସଂକେତ୍ ଟିଭି) ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଦୀପାଳି ସମର୍ଥକମାନଙ୍କ ସହିତ ମନମୋହନ ସ୍କୁଲ ପଡିଆରୁ ବିରାଟ ଶୋଭାଯାତ୍ରାରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିଛନ୍ତି।

ଏହି ଅବସରରେ ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବରିଷ୍ଠ ନେତା ତଥା ପର୍ଯ୍ୟବେକ୍ଷକ ପ୍ରସନ୍ନ ଆଚାର୍ଯ୍ୟ, ଦେବୀପ୍ରସାଦ ମିଶ୍ର, ମନ୍ତ୍ରୀ ଅରୁଣ ସାହୁ, ନିରଞ୍ଜନ ପୂଜାରୀ, ଟୁକୁନି ସାହୁ, ରାଜେନ୍ଦ୍ର ଢୋଲକିଆ, ରୀତା ସାହୁ, ପ୍ରତାପ ଦେବ, ପ୍ରତାପ ଜେନା, ପଦ୍ମନାଭ ବେହେରା, ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ପୁଷ୍ପେନ୍ଦ୍ର ସିଂହଦେଓ, ରାଜ୍ୟସଭା ଏମ୍‌ପି ନିରଞ୍ଜନ ବିଶି ପ୍ରମୁଖ ଯୋଗ ଦେଇଛନ୍ତି।

ଦୀପାଳି ମନମୋହନ ସ୍କୁଲ ପଡିଆରୁ ବିଶାଳ ଶୋଭାଯାତ୍ରା କରି ବିଜେଡି ଶକ୍ତି ପ୍ରଦର୍ଶନ କରିଥିଲା । ପାଟପଟୁଆରରେ ଯାଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ନାମାଙ୍କନ ପୂର୍ବରୁ ସରବାହାଲ ସ୍ଥିତ ବାସଭବନରୁ ବାହାରି ସୁନାରୀମୁଣ୍ଡା ସ୍ଥିତ ଇଷ୍ଟଦେବୀ ମା’ ପାଟଣେଶ୍ବରୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ଦୀପାଳି ଦାସ ।

ନାମାଙ୍କନ ପୂର୍ବରୁ ଦୀପାଳି ଦାସ କହିଥିଲେ, ମା’ ପାଟଣେଶ୍ବରୀଙ୍କ ଠାରୁ ସାହସ ମାଗିଛି । ଝାରସୁଗୁଡ଼ାର ବିକାଶ କରିବି, ମୁଖ୍ୟମନ୍ତ୍ରୀଙ୍କ କଥା ରଖିବି । ବାପାଙ୍କ ଆଦର୍ଶରେ ଝାରସୁଗୁଡ଼ାର ବିକାଶ କରିବି । ମହିଳାଙ୍କ ବିକାଶ ଦିଗରେ କାମ କରିବି ।p>

ସେପଟେ ସୋମବାର ଭାଜପା ପକ୍ଷରୁ ଟଙ୍କଧର ତ୍ରିପାଠୀ ନାମାଙ୍କନ ଦାଖଲ କରିଥିବା ବେଳେ ଶନିବାର କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ମଧ୍ୟ ନାମାଙ୍କନପତ୍ର ଦାଖଲ କରିଛନ୍ତି।