ସମ୍ବଲପୁର ଯାଉଥିବା ବିଜେପି ଟିମ୍ କୁ ଗିରଫ କଲା ପୋଲିସ

ସମ୍ବଲପୁର : (ସଂକେତ୍ ଟିଭି) ସାଂପ୍ରଦାୟିକ ହିଂସା ପାଇଁ ଅଶାନ୍ତ ହୋଇପଡିଥିବା ସମ୍ବଲପୁର ସ୍ଥିତି ଅନୁଧ୍ୟାନ ପାଇଁ ଯାଉଥିବା ବେଳେ ବିଜେପି ଟିମ୍‌କୁ ପୋଲିସ ଗିରଫ କରିଛି । ସମ୍ବଲପୁର ସୀମା ଠେଲକୁଲେଇ ଠାରେ ପୋଲିସ ତାଙ୍କୁ ଗିରଫ କରିଛି ।

ସୂଚନା ଅନୁସାରେ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନେତୃତ୍ବରେ ମଙ୍ଗଳବାର ଏହି ଟିମ୍ ସମ୍ବଲପୁର ଯାଇଥିଲେ । ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ, ସାଂସଦ ସୁରେଶ ପୂଜାରୀ, ଜୁଏଲ ଓରାମ୍, ବସନ୍ତ ପଣ୍ଡା, ବିଧାୟକ ନାଉରୀ ନାଏକ, ଶଙ୍କର ଓରାମ, କୁସୁମ ଟେଟେ, ପୂର୍ବତନ ସଭାପତି ସମୀର ମହାନ୍ତି, ବରିଷ୍ଠ ନେତା କନକ ବର୍ଦ୍ଧନ ସିଂଦେଓ ପ୍ରମୁଖ ଥିଲେ । ସମ୍ବଲପୁର ସୀମା ଠେଲକୁଲେଇ ଠାରେ ପହଞ୍ଚିବା ପରେ ସେମାନଙ୍କୁ ପୋଲିସ ଅଟକାଇଥିଲା । ପୋଲିସ ସହ ଯୁକ୍ତିତର୍କ ପରେ ବିଜେପି ନେତାଙ୍କୁ ଠେଲକୁଲେଇ ଥାନାରେ ଅଟକ ରଖାଯାଇଥିଲା । ଏହାପରେ ସେମାନଙ୍କୁ ଗିରଫ କରାଯାଇଛି ।