୨୦ ହଜାର ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ଡାକ୍ତର
ଯାଜପୁର : (ସଂକେତ୍ ଟିଭି) ବାପାଙ୍କ ଶରୀର ବ୍ୟବଚ୍ଛେଦ ରିପୋର୍ଟ ଦେବା ପାଇଁ ୨୦ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଡାକ୍ତର । ଯାଜପୁରର ଦାନଗଦି ଡାକ୍ତରଖାନା ଅଧିକାରୀ ଡକ୍ଟର ପବିତ୍ର କୁମାର ସେଠୀ ମୃତ୍ୟୁ ପ୍ରମାଣପତ୍ର କରାଇଦେବାକୁ ଜଣେ ବ୍ୟକ୍ତିଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏହି ସମୟରେ ପୂର୍ବରୁ ସୂଚନା ପାଇଁ ଚଢାଉ କରିଥିଲା ଭିଜିଲାନ୍ସ । ସେଠୀଙ୍କ ସହ ସୁରକ୍ଷାକର୍ମୀ ଅଭିରାମ କାଣ୍ଡି ମଧ୍ୟ ଧରାପଡ଼ିଛନ୍ତି। ସୁରକ୍ଷାକର୍ମୀ ଜଣକ ଲାଞ୍ଚ ମାଗିବା ସହ ଗ୍ରହଣ କରୁଥିବା ବେଳେ ତାଙ୍କୁ ଧରି ପକାଇଥିଲେ ଭିଜିଲାନ୍ସ ଟିମ୍।
ବଜ୍ରପାତରେ ଗତ ୩୧ ତାରିଖରେ ମୃତ୍ୟୁବରଣ କରିଥିବା ବାପାଙ୍କ ଶରୀର ବ୍ୟବଚ୍ଛେଦ ରିପୋର୍ଟ ଦେବା ପାଇଁ ଅଧିକାରୀ ଓ ସୁରକ୍ଷାକର୍ମୀ ତାଙ୍କ ପୁଅକୁ ୨୦ ହଜାର ଟଙ୍କାର ଲାଞ୍ଚ ମାଗିଥିଲେ ବୋଲି ପୁଅ ଜଣକ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ସୁରକ୍ଷାକର୍ମୀ ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ କର୍ମୀମାନେ ଚଢ଼ାଉ କରି ଉକ୍ତ ଟଙ୍କାକୁ ଜବତ କରିଛନ୍ତି।
ଡକ୍ଟର ପବିତ୍ର କୁମାର ସେଠୀଙ୍କର ୩ଟି ସ୍ଥାନରେ ଭିଜିଲାନ୍ସ ଏକକାଳୀନ ଚଢ଼ଉ କରିଛି। ଏହି ଘଟଣାକୁ ନେଇ ଏବେ ଉଭୟ ଡକ୍ଟର ପବିତ୍ର କୁମାର ସେଠୀ ଓ ସୁରକ୍ଷାକର୍ମୀ ଅଭିରାମ କାଣ୍ଡିଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି।