ବୁଢ଼ାବଳଙ୍ଗ ନଦୀରେ ବୁଡ଼ି ଦାଦା-ପୁତୁରା ମୃତ

ବାଲେଶ୍ବର : (ସଂକେତ୍ ଟିଭି) ବୁଢାବଳଙ୍ଗ ନଦୀରେ ଗାଧୋଇବାବେଳେ ବୁଡ଼ିଗଲେ ଦାଦା-ପୁତୁରା । ବାଲେଶ୍ୱର ଜିଲ୍ଲା ସଦର ଥାନା ଅନ୍ତର୍ଗତ ପତୁକା ଶାସନ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। ଦୁହିଁଙ୍କ ମଧ୍ୟରୁ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣଙ୍କ ବୈଶିଙ୍ଗା ହସ୍ପିଟାଲରେ ମୃତ୍ୟୁ ହୋଇଛି । ମୃତ୍ୟୁ ଘଟିଥିବା ଦୁଇ ଜଣ ହେଲେ ବିକାଶ ପଣ୍ଡା (୨୪) ଓ ତାଙ୍କ ପୁତୁରା ତୁଷାର ପଣ୍ଡା (୮)।

ସୂଚନା ଅନୁସାରେ, ଆଜି ଦିନ ୧୨ଟା ସମୟରେ ଦୁହେଁ ବୁଢ଼ାବଳଙ୍ଗ ନଦୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ଜଣଙ୍କର ଗୋଡ଼ ଖସିଯାଇଥିଲା, ସେ ନଦୀରେ ବୁଡ଼ି ଯାଇଥିଲେ। ଅନ୍ୟ ଜଣେ ନାବାଳକ ଏହା ଦେଖି ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ହେଲେ ସେ ମଧ୍ୟ ନଦୀରେ ବୁଡ଼ି ଯାଇଥିଲେ। ଖବର ପାଇଁ ଲୋକେ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ । ଉଭୟଙ୍କୁ ନଦୀରୁ ଉଦ୍ଧାର କରାଯାଇ ପ୍ରଥମେ ବୈସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରଯାଇଥିଲା। ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ଏହି ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।