ସିନେମାଟୋଗ୍ରାଫି ବିଲ ୨୦୨୩କୁ ମିଳିଲା କ୍ୟାବିନେଟ ଅନୁମତି
ନୂଆଦିଲ୍ଲୀ : (ସଂକେତ୍ ଟିଭି) ଚଳଚ୍ଚିତ୍ରରେ ହେଉଥିବା କପି ବନ୍ଦ କରିବାକୁ ଆସନ୍ତା ସଂସଦ ଅଧିବେଶନରେ ସିନେମାଟୋଗ୍ରାଫି ବିଲ ୨୦୨୩ ଅଣାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ବୈଠକରେ ଚଳଚ୍ଚିତ୍ର ଜଗତକୁ ନେଇ ଏହି ବଡ ନିଷ୍ପତ୍ତି ନିଆଯାଇଛି।
କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏବଂ ଜିତେନ୍ଦ୍ର ସିଂ ଏନେଇ ସୂଚନା ଦେଇ କହିଛନ୍ତି ଯେ, ଫିଲ୍ମ ଇଣ୍ଡଷ୍ଟ୍ରି, କଳାକାର ଏବଂ ପ୍ରଶଂସକଙ୍କ ସହ ଜଡିତ ନିଷ୍ପତ୍ତି ନିଆଯାଇଛି। ଦୀର୍ଘ ଦିନ ଧରି କପି ବନ୍ଦ କରିବାକୁ ଦାବି ହୋଉଥିଲା। ତେବେ ବୁଧବାର ଏ ସମ୍ପର୍କରେ କ୍ୟାବିନେଟ ଅନୁମତି ଦେଇଛି।