ଲଣ୍ଡନ ଯାଉଥିବାବେଳେ ଅମୃତପାଲ ସିଂହଙ୍କ ପତ୍ନୀ ବିମାନବନ୍ଦରରେ ଅଟକ
ଚଣ୍ଡିଗଡ : (ସଂକେତ୍ ଟିଭି) ପଳାତକ ଅମୃତପାଲ ସିଂଙ୍କ ପତ୍ନୀଙ୍କୁ ପୋଲିସ ଗୁରୁବାର ଦିନ ଅମୃତସର ବିମାନ ବନ୍ଦରରୁ ଧରିଛି । ତାଙ୍କୁ ଧରିବା ପରେ ପୋଲିସ କଷ୍ଟଡିରେ ନେଇ ଅଧିକ ପଚରାଉଚରା କରୁଛି । ସେ ଲଣ୍ଡନ ଅଭିମୁଖେ ଯାଉଥିଲେ । ଫ୍ଲାଇଟ୍ରେ ବସିବା ପୂର୍ବରୁ ପୋଲିସ ତାଙ୍କୁ ଧରିନେଇଥିଲା ।
ଅମୃତପାଲ ସିଂ ଚଳିତ ବର୍ଷ ଫେବୃଆରୀରେ ବ୍ରିଟେନର ଏନଆରଆଇ କିରଣଦୀପ କୌରଙ୍କୁ ବିବାହ କରିଥିଲେ । ଫେବୃଆରୀରେ ଅମୃତପାଲଙ୍କୁ ବିବାହ କରିବା ପରେ କିରଣଦୀପ କୌର ପଞ୍ଜାବରେ ରହୁଥିଲେ । ବର୍ତ୍ତମାନ ସେ ଅମୃତପାଲଙ୍କ ଜନ୍ମ ଗ୍ରାମ ଜାଲୁପୁର ଖେଡାରେ ରହୁଥିଲେ। କିରଣଦୀପଙ୍କ ପରିବାରର ମୂଳ ଜଲନ୍ଦରରେ ବୋଲି କୁହାଯାଉଛି ।