ଅନଲାଇନ୍ ଟ୍ରେଡିଂରେ ଅଧିକ ଲାଭର ଲୋଭ ଦେଖାଇ ୪କୋଟି ଠକେଇ, ଦୁଇ ଗିରଫ

ବାଲେଶ୍ବର : (ସଂକେତ୍ ଟିଭି) ଅନଲାଇନ ଟ୍ରେଡିଙ୍ଗ କରି ଅଧିକ ଲାଭ ଦେବାର ଲୋଭ ଦେଖାଇ ଲୋକଙ୍କଠାରୁ ୪ କୋଟି ଟଙ୍କା ଆଣି ହଡପ କରିଥିବା ଅଭିଯୋଗରେ ବାଲେଶ୍ବର ଜିଲ୍ଲା ସୋରରୁ ଦୁଇ ଜଣଙ୍କୁ ଅର୍ଥନୈତିକ ଅପରାଧିକ ଶାଖା ଗିରଫ କରିଛି । ଗିରଫ ଦୁଇ ଜଣ ହେଲେ ତ୍ତରେଶ୍ଵର ଗ୍ରାମର ରିପନ କୁମାର ଜେନା ଏବଂ ଅନୁପମ ପ୍ରଧାନ ।

ସେମାନେ ସୋର ପୌରପାଳିକା ଅନ୍ତର୍ଗତ ଉତ୍ତରେଶ୍ଵରରେ ଏକ ବ୍ରୋକର ହାଉସ ଖୋଲିଥିଲେ । ବିଭିନ୍ନ ଅଂଚଳର ବିଭିନ୍ନ ଲୋକଙ୍କ ନିକଟରୁ ଟ୍ରେଡିଙ୍ଗ କରି ଅଧିକ ଲାଭ ଦେବାର ଲୋଭ ଦେଖାଇ ପ୍ରାୟ ୩୦ରୁ ଅଧିକ ଲୋକଙ୍କ ନିକଟରୁ ୪ କୋଟି ଟଙ୍କାରୁ ଅଧିକ ଟଙ୍କା ଆଣିଥିଲେ। ପ୍ରାରମ୍ଭିକ ପ୍ରର୍ଯ୍ୟାୟରେ ଲୋକଙ୍କୁ କିଛି କିଛି ଟଙ୍କା ଫେରାଇଥିବା ବେଳେ ପରେ ଆଉ ଟଙ୍କା ଫେରାଇ ନଥିଲେ। ଏଥିରେ ନିରାଶ ହୋଇ ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିବା ବାଲେଶ୍ୱରର ଜିତେନ୍ଦ୍ର ଦାସ ଅର୍ଥନୈତିକ ଅପରାଧିକ ଶାଖା(ଇଓଡବ୍ଲୁ)ରେ ଅଭିଯୋଗ କରିଥିଲେ। ଅଭିଯୋଗ ମୂଳେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ