ମାନହାନୀ ମାମଲାରେ ରାହୁଲ ଗାନ୍ଧୀଙ୍କ ଆବେଦନକୁ ଖାରଜ କଲେ ସେନସ୍ସ କୋର୍ଟ
ନୂଆଦିଲ୍ଲୀ : (ସଂକେତ୍ ଟିଭି) ମାନହାନୀ ମାମଲାରେ ରାହୁଲ ଗାନ୍ଧୀଙ୍କ ଆବେଦନକୁ ସୁରତ ସେନସ୍ସ କୋର୍ଟ ଖାରଜ କରିଛନ୍ତି । ଗତ ୧୩ ତାରିଖ ଦିନ ଉଭୟ ପକ୍ଷର ଶୁଣାଣି କରି ସେସନ୍ କୋର୍ଟର ଅତିରିକ୍ତ ସେସନସ୍ ଜଜ୍ ଆର୍. ପି. ମୋଗେରା ଏପ୍ରିଲ୍ ୨୦ ତାରିଖ ପର୍ଯ୍ୟନ୍ତ ରାୟ ସଂରକ୍ଷଣ ରଖିଥିଲେ। ଆଜି ସେ ନିମ୍ନ ଅଦାଲତ ଦେଇଥିବା ଦଣ୍ଡକୁ ସ୍ଥଗିତ ରଖିବାକୁ ରାହୁଲଙ୍କ ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି । ସେସନ କୋର୍ଟର ଏହି ନିଷ୍ପତ୍ତି ବିରୋଧରେ କଂଗ୍ରେସ ହାଇକୋର୍ଟଙ୍କ ନିକଟକୁ ଯିବ ।
ସୂଚନା ଅନୁସାରେ, ୨୦୧୯ ଲୋକସଭା ନିର୍ବାଚନ ସମୟରେ କର୍ଣ୍ଣାଟକରେ ଏକ ରାଲିରେ ରାହୁଲ ଗାନ୍ଧୀ ମୋଦୀ ସରନେମ୍ ସମ୍ପର୍କରେ ଏକ ବିବୃତ୍ତି ଦେଇଥିଲେ। ଏହି ବିବୃତ୍ତିକୁ ନେଇ ବିଜେପି ବିଧାୟକ ପୂର୍ଣ୍ଣେଶ ରାହୁଲଙ୍କ ବିରୋଧରେ ମାନହାନୀ ମାମଲା ରୁଜୁ କରିଥିଲେ । ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ କରାଦଣ୍ଡାଦେଶ ଓ ୧୫୦୦୦ ଟଙ୍କା ଅର୍ଥଦଣ୍ଡଦେଶ ପାଇବା ପରେ ରାହୁଲ୍ ଗାନ୍ଧୀଙ୍କୁ ଲୋକସଭା ସାଂସଦ ପଦରୁ ଅଯୋଗ୍ୟ ଘୋଷଣା କରାଯାଇଥିଲା।
ନିମ୍ନ ଅଦାଲତଙ୍କ ଦଣ୍ଡାଦେଶକୁ ଚାଲେଞ୍ଜ୍ କରି ରାହୁଲ୍ ଗାନ୍ଧୀ ସୁରତ ସେସନ୍ କୋର୍ଟରେ ଆବେଦନ କରିଥିଲେ। ସେସନ୍ ଅଦାଲତଙ୍କୁ ରାହୁଲ୍ଙ୍କ ଓକିଲ କହିଥିଲେ କି, ଏଭଳି ମନ୍ତବ୍ୟ ପାଇଁ କଠୋର ଦଣ୍ଡାଦେଶ ଅନାବଶ୍ୟକ। ଅନୁଚିତ ବିଚାର କରାଯାଇଛି।