ଶୁକ୍ରବାରଠାରୁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି

ଭୁବନେଶ୍ୱର : (ସଂକେତ୍ ଟିଭି) ରାଜ୍ୟ ସରକାର ଶୁକ୍ରବାର ଠାରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କରିଛନ୍ତି । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି ।

ସୂଚନା ଅନୁଯାୟୀ, ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ତେବେ ଛୁଟି ପରେ କେବେ ସ୍କୁଲ ଖୋଲିବ । ସେନେଇ କିଛି ନିଷ୍ପତ୍ତି ନିଆଯାଇନାହିଁ । ଏନେଇ ଗୁରୁବାର ଦିନ ବିଭାଗ ପକ୍ଷରୁ ଆନୁଷ୍ଠାନିକ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗି ଦୁଇ ଦିନ( ବୁଧବାର ଏବଂ ଗୁରୁବାର ) ସ୍କୁଲ ବନ୍ଦ ଥିଲା । ଶୁକ୍ରବାରଠୁ ସ୍କୁଲ ଖୋଲିବାର ଥିଲା । କିନ୍ତୁ ଗ୍ରୀଷ୍ମ ପ୍ରବାହ ଲାଗି ଏବେ ରାଜ୍ୟ ସରକାର ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ।