ନାଟକ ଦେଖି ଘରକୁ ଫେରୁଥିବା ବେଳେ ୩ ନାବାଳିକାଙ୍କୁ ଟେକି ନେଇ ଗଣଦୁଷ୍କର୍ମ
ଭବାନୀପାଟଣା : (ସଂକେତ୍ ଟିଭି): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ଅଞ୍ଚଳର ୩ ଜଣ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ସେମାନେ ନାଟକ ଦେଖି ଭୋର ସମୟରେ ଘରକୁ ଫେରୁଥିବା ବେଳେ ୫ଜଣ ଯୁବକ ଟେକି ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିଛନ୍ତି।
ସୂଚନା ଅନୁସାରେ, ଲାଞ୍ଜିଗଡ଼ ଥାନା ଅଞ୍ଚଳର ୩ ଜଣ ନାବାଳିକା ଗତକାଲି ମା ତାରିଣୀ ଯାତ୍ରା ଦେଖିବାକୁ ଯାଇଥିଲେ। ସେଠାରେ ମଞ୍ଚସ୍ଥ ନାଟକ ଦେଖିବା ପରେ ଭୋର ୪ଟା ବେଳେ ଘରକୁ ଫେରୁଥିଲେ। ୫ଜଣ ଯୁବକ ସେମାନଙ୍କୁ ବାଟରେ ଅଟକାଇଥିଲେ। ପରେ ୩ ଜଣ ନାବାଳିକାଙ୍କୁ ୫ଜଣ ଯୁବକ ଟେକି ନେଇ ଗଣଦୁଷ୍କର୍ମ କରିଥିଲା ବେଳେ ଦୁଇ ନାବାଳିକା ସେଠାରୁ କୌଶଳକ୍ରମେ ଖସି ଆସିଥିଲେ।ଯୁବକମାନେ ଗଣଦୁଷ୍କର୍ମ କରିବା ପରେ ସେଠାରୁ ଚମ୍ପଟ ମାରିଥିଲେ। ଘଟଣା ସମ୍ପର୍କରେ କାହାକୁ କହିଲେ ସେମାନଙ୍କ ପରିବାର ଲୋକଙ୍କୁ ମାରିଦେବେ ବୋଲି ଅଭିଯୁକ୍ତମାନେ ଧମକ ଦେଇଥିଲେ।
ଏଣେ ଘରେ ପହଞ୍ଚି ଦୁଇ ନାବାଳିକା ସବୁ କଥା କହିଥିଲେ। ତାପରେ ଘଟଣାସ୍ଥଳରୁ ପରିବାର ଲୋକେ ପୀଡ଼ିତାମାନଙ୍କୁ ଉଦ୍ଧାର କରିବା ସହ ଥାନାରେ ଲଖିତ ଅଭିଯୋଗ କରିଥିଲେ। ପୁଲିସ ପୀଡ଼ିତାମାନଙ୍କର ଡାକ୍ତରୀ ମାଇନା କରାଇବା ସହ ତଦନ୍ତ ଚଳାଇଛି।