ଟୁଇଟର୍ ବ୍ଲୁ ଟିକ୍ ହରାଇଲେ ଅମିତାଭ, ଶାହାରୁଖ ଓ ବିରାଟ କୋହ୍ଲି
ନୂଆଦିଲ୍ଲୀ : (ସଂକେତ୍ ଟିଭି) ‘ଟୁଇଟର୍’କୁ ଦେୟ ନ ଦେଇଥିବାରୁ ଅଭିନେତା ଅମିତାଭ ବଚ୍ଚନ, ଶାହାରୁଖ୍ ଖାନ୍, ବିରାଟ କୋହଲି, ଆଲିଆ ଭଟ୍ଟ, ରାଜନେତା ଯୋଗୀ ଆଦିତ୍ୟନାଥ, ରାହୁଲ୍ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଅରବିନ୍ଦ କେଜ୍ରିୱାଲ୍ ଓ ମମତା ବାନାର୍ଜୀ, କ୍ରିକେଟ୍ର୍ ବିରାଟ କୋହଲି ଓ ରୋହିତ ଶର୍ମା ଆଦି ଟୁଇଟର୍ ଆକାଉଣ୍ଟ୍ରୁ ‘ଭେରିଫାଏଡ୍ ବ୍ଲୁ ଟିକ୍’ ହରାଇଛନ୍ତି।
ଗୁରୁବାର ଦିନ ‘ମାଇକ୍ରୋ-ବ୍ଲଗିଙ୍ଗ୍ ସାଇଟ୍’ ‘ଟୁଇଟର୍’ ସମସ୍ତ ଆକାଉଣ୍ଟ୍ରୁ ‘ଲେଗାସି ଭେରିଫାଏଡ୍ ବ୍ଲୁ ଟିକ୍’ ହଟାଇ ଦେଇଛି। ‘ଲେଗାସି ଭେରିଫାଏଡ୍ ବ୍ଲୁ ଟିକ୍’ ହଟାଇ ଦିଆଯିବ ବୋଲି ଗତ ମାର୍ଚ ମାସରେ ‘ଟୁଇଟର୍’ ସୂଚନା ଦେଇଥିଲା। କିନ୍ତୁ, ‘ଟୁଇଟର୍ ବ୍ଲୁ’ ନିମନ୍ତେ ଦେୟ ପୈଠ କରୁଥିବା ‘ଟୁଇଟର୍’ ବ୍ୟବହାରକାରୀ ବ୍ୟକ୍ତିବିଶେଷଙ୍କର ‘ଭେରିଫାଏଡ୍ ବ୍ଲୁ ଚେକ୍ମାର୍କ’ ହଟା ଯାଇନାହିଁ। ‘ଟୁଇଟର୍ ବ୍ଲୁ’ ନିମନ୍ତେ ‘ୱେବ୍ ଜରିଆରେ ମାସକୁ ୮ ଡଲାର୍, ‘ଆଇଓଏସ୍’ ଏବଂ ‘ଆଣ୍ଡ୍ରଏଡ୍’ରେ ‘ଇନ୍-ଆପ୍’ ଜରିଆରେ ମାସକୁ ୧୧ ଡଲାର୍ ପୈଠ କରିବାକୁ ପଡ଼ିଥାଏ।
ସୂଚନା ଅନୁସାରେ, ସୁପରିଚିତ ବ୍ୟକ୍ତିବିଶେଷଙ୍କୁ ଠକାମିରୁ ସୁରକ୍ଷା ଏବଂ ମିଥ୍ୟା ସୂଚନା ନିୟନ୍ତ୍ରଣ କରିବା ଲାଗି ଏହି ‘ବ୍ଲୁ ଟିକ୍’ ପ୍ରାରମ୍ଭରୁ କାମ ଦେଉଥିଲା। ହେଲେ ନୂଆ ନିୟମ ଅନୁଯାୟୀ, ଯଦି ଆପଣ ଟ୍ୱିଟରରେ ବ୍ଲୁ ଠିକ୍ ଚାହୁଁଛନ୍ତି, ତେବେ ଟଙ୍କା ଦେଇ କିଣିବାକୁ ପଡିବ। ଏହା ବାଧ୍ୟତାମୂଳକ। ଯେଉଁମାନେ ଦେୟ ପୈଠ କରିବେ ନାହିଁ ସେମାନଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍ କୁ ହଟାଇ ଦିଆଯିବ। ଏପ୍ରିଲ ୨୦ ତାରିଖ ପର ଠାରୁ ଏହାକୁ କଡାକଡି ଭାବରେ ପାଳନ କରାଯାଉଛି। ଭାରତରେ ଟ୍ୱିଟର ବ୍ଲୁ ସବ୍ସ୍କ୍ରିପସନ୍ ପ୍ଲାନର ମୂଲ୍ୟ ଆଇଓଏସରେ ମାସିକ ୯୦୦ ଟଙ୍କା ଏବଂ ୱେବ୍ସାଇଟରେ ମାସିକ ୬୫୦ ଟଙ୍କା ରଖାଯାଇଛି। ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ଏହାର ମାସିକ ଯୋଜନା ହେଉଛି ୯୦୦ ଟଙ୍କା। ଯଦି ୟୁଜର ଚାହାଁନ୍ତି, ସେମାନେ ୯,୪୦୦ ଟଙ୍କା ଦେଇ ଏକ ବର୍ଷ ପାଇଁ ବ୍ଲୁ ଟିକ୍ ନେଇପାରିବେ।
ଏବେ ଟ୍ୱିଟର ତିନି ପ୍ରକାର ବ୍ୟାଚ ପ୍ରଦାନ କରୁଛି। ଗୋଟିଏ ଗ୍ରେ, ୨ୟଟି ଅରେଞ୍ଜ ତୃତୀୟଟି ବ୍ଲୁ ବ୍ୟାଚ । ଓ୍ୱେବ୍ ୟୁଜର୍ସଙ୍କ ପାଇଁ ମାସିକ ୮ଡଲାର ବା ପ୍ରାୟ ୬ଶହ ଟଙ୍କା ଦେବାକୁ ହେବ । ସେହିପରି ଟ୍ୱିଟର ଆପ୍ ବ୍ୟବହାରକାରୀଙ୍କୁ ମାସିକ ୧୧ଡଲାର ବା ୯ଶହ ଟଙ୍କା ଦେବାକୁ ପଡ଼ିବ ।