ସକାଳ ୭ରୁ ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ ଅଙ୍ଗନଓ୍ବାଡି କେନ୍ଦ୍ର
ଭୁବନେଶ୍ୱର : (ସଂକେତ୍ ଟିଭି) ଗ୍ରୀଷ୍ମ ଛୁଟି ଲାଗି ସ୍କୁଲଗୁଡିକ ଛୁଟି ରହିବା ସହ ସମସ୍ତ ଅଙ୍ଗନଓ୍ବାଡି କେନ୍ଦ୍ର ପୂର୍ବଭଳି ଖୋଲା ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅଙ୍ଗନଓ୍ବାଡି କେନ୍ଦ୍ର ପ୍ରତ୍ୟେକ କାର୍ଯ୍ୟ ଦିବସରେ ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ। ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଶନିବାର ଅଙ୍ଗନଓ୍ବାଡି କେନ୍ଦ୍ର ଲାଗି ସୂଚନା ଜାରି କରାଯାଇଛି।
ସଂଶୋଧିତ ସମୟ ସୀମା ଅନୁଯାୟୀ ଏବଂ ପୂର୍ବରୁ ଜାରି ହୋଇଥିବା ଗ୍ରୀଷ୍ମ ପ୍ରବାହ ପ୍ରୋଟୋକଲ୍ ପାଳନ କରି ପୂର୍ବପରି ଅଙ୍ଗନଓ୍ବାଡି କାର୍ଯ୍ୟକ୍ଷମ ରହିବ ବୋଲି ବିଭାଗ ତରଫରୁ ସ୍ପଷ୍ଟ କରାଯାଇଛି। ଏଥିସହ ସ୍ଥାନୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଜିଲାପାଳମାନେ ଅଙ୍ଗନଓ୍ବାଡି କେନ୍ଦ୍ର କାର୍ଯ୍ୟ ସମୟରେ ଆବଶ୍ୟକ ପରିଦର୍ଶନ କରିପାରନ୍ତି ବୋଲି ବିଭାଗ କହିଛି।