ବାଲେଶ୍ବରରୁ ଗଞ୍ଜାଇ ଜବତ, ଜଣେ ଗିରଫ

ବାଲିଆପାଳ : (ଉମାକାନ୍ତ ନାୟକ) ବାଲେଶ୍ବର ଜିଲ୍ଲା ଜଳେଶ୍ବର ନିକଟ ଚାଲନ୍ତି ବାଇପାସ ନିକଟରୁ 76 କେଜିର ଗଞ୍ଜାଇ ଜବତ କରାଯାଇଛି । ଏହି କାରବାରରେ ସଂପୃକ୍ତ ଥିବା ଜଣକୁ ଗିରଫ କରାଯାଇଛି ।

ସୂଚନା ଅନୁସାରେ, ଓଡିଶାରୁ ପଶ୍ଚିମବଙ୍ଗ ଏକ କାର ଯୋଗେ ଗଞ୍ଜାଇ ଯାଉଥିବା ନେଇ ଜଳେଶ୍ୱର ଅବକାରୀ ସାଟାଲାଇଟ ୟୁନିଟ ବିଶେଷ ସୂତ୍ରରୁ ଖବର ପାଇ ଚଡାଉ କରିଥିଲା । କାରରେ 76 କେଜିର ଗଞ୍ଜାଇ ଥିବା ଦେଖିବାକୁ ମିଳିଥିଲା । ଜବତ ଗଞ୍ଜାଇର ମୂଲ୍ୟ 7 ଲକ୍ଷ 60 ହଜାର ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି । ଏହି ଚଢାଉ ସମୟରେ ଜଣେ ଯୁବକଙ୍କୁ ଗିରଫ କରାଯାଇଛି । ଯୁବକ ଜଣକ ପଶ୍ଚିମବଙ୍ଗ ର ବୋଲି ଜଣା ପଡିଛି । ଏହି ଚଢ଼ାଉରେ ଅବକାରୀ ଆଇଆଇସି ସତ୍ୟଜିତ ଖଟୁଆ, ଓଆଇସି ଏନ୍. ଜାଗିନୀ ରାଓ, ଏଏସଆଇ ମଧୁସୂଦନ ସେଠ୍, ମଧୁସ୍ମିତା ହେମ୍ରମ ପ୍ରମୁଖ ଏହି ଚଢାଉରେ ସାମିଲଥିଲେ ।