ସିଙ୍ଗାପୁରର ଦୁଇଟି ଉପଗ୍ରହ ଉତକ୍ଷେପଣ କଲା ଇସ୍ରୋ
ନୂଆଦିଲ୍ଲୀ : (ସଂକେତ୍ ଟିଭି) ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତି ସତୀଶ ଧଓ୍ବନ ସ୍ପେସ ସେଣ୍ଟରରୁ ପୋଲାର ସାଟେଲାଇଟ ଲଞ୍ଚ ଭେଇକଲ(ପିଏସଏଲଭି)-ସି୫୫ ରେ ସିଙ୍ଗାପୁରର ୭୪୧ କିଲୋ ଓଜନ ଉପଗ୍ରହ ଟିଇଏଲଇଓଏସ-୨କୁ ଲଞ୍ଚ କରିଛି । ଏହା ପ୍ରଥମ ଦ୍ବିତୀୟ ୩ୟ ଓ ୪ର୍ଥ ପର୍ଯ୍ୟାୟକୁ ସଫଳତାର ସହ ଅତିକ୍ରମ କରି ସିଙ୍ଗାପୁର ସାଟେଲାଇଟକୁ ନିର୍ଦ୍ଦିଷ୍ଟ କକ୍ଷପଥରେ ଅବସ୍ଥାନ କରାଇଛି । ଏହା ସହିତ ୧୬ କିଲୋ ଓଜନ ବାଲା ଲୁମିଲାଇଟ-୪ ସାଟେଲାଇଟ ଅର୍ବିଟକୁ ପଠାଇଛି।
ସୂଚନା ଅନୁସାରେ, ଶନିବାର ଅପରାହ୍ନ ୨ଟା ୧୯ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରୁ ପିଏସଏଲଭିର ଉତକ୍ଷେପଣ କରାଯାଇଥିଲା । ଏହାର ଗତିପଥ ଉପରେ ଇସ୍ରୋ ତୀକ୍ଷ୍ଣ ନଜର ରଖିଥିଲା । ସମସ୍ତ ପର୍ଯ୍ୟାୟକୁ ଅତିକ୍ରମ କରି ସାଟେଲାଇଟକୁ ନିର୍ଦ୍ଦିଷ୍ଟ କକ୍ଷପଥରେ PSLVC55 ରକେଟ ଅବସ୍ଥାନ କରିବା ପରେ ସଫଳ ହୋଇଛି ଏହି ମିଶନ । ଏହି ମିଶନକୁ ଟିଏଲଇଓଏସ-୨ ନାମ ଦିଆଯାଇଛି।