ସତ୍ୟପାଲ୍ ମଲିକଙ୍କୁ ଅମିତ୍ ସାହାଙ୍କ ପ୍ରଶ୍ନ; କ୍ଷମତାରେ ଥିବା ବେଳେ ଏକଥା ମନେ ପଡୁ ନ ଥିଲା କାହିଁକି
ନୂଆଦିଲ୍ଲୀ : (ସଂକେତ୍ ଟିଭି) ପୁଲଓ୍ବାମା ଆକ୍ରମଣକୁ ନେଇ ସେ ପ୍ରଶ୍ନ ଉଠାଇଥିବା ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ୍ ମଲିକଙ୍କୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କଡ଼ା ଜବାବ ଦେଇଛନ୍ତି। ଏକ କାର୍ଯ୍ୟକ୍ରମରେ ଶାହା କହିଛନ୍ତି, ଭାଜପାଠାରୁ ଅଲଗା ହେବା ପରେ ଏସବୁ କଥା ମନେ ପଡୁଛି? କ୍ଷମତାରେ ଥିବା ବେଳେ ଏକଥା ତ କାହିଁ ମନେ ପଡୁ ନ ଥିଲା। ଭାଜପା କିଛି କରିନାହିଁ।
ସତ୍ୟପାଲ ନିକଟରେ ପୁଲଓ୍ବାମା ଘଟଣାରେ ସିଧାସଳଖ ପ୍ରଧାନମନ୍ତ୍ରୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ଏନ୍ଏସ୍ଏ ଅଜିତ ଡୋଭାଲଙ୍କୁ ଦାୟୀ କରିଥିଲେ। ଏହା ପରେ ଶାହା ଏପରି ପ୍ରଶ୍ନ ସତ୍ୟପାଲଙ୍କୁ କରିଛନ୍ତି।
ସେପଟେ ସତ୍ୟପାଲ୍ ଙ୍କୁ ସିବିଆଇ ଜେରା ପାଇଁ ସମନ କରାଯାଇଛି। ୩୦୦ କୋଟି ଟଙ୍କାର ଲାଞ୍ଚ ଦାବି ମାମଲାରେ ଜେରା ପାଇଁ ସିବିଆଇ ସତ୍ୟପାଲ ମଲିକଙ୍କୁ ଏହି ସମନ କରିଛି। ବର୍ତ୍ତମାନ ଏହାକୁ ନେଇ ରାଜନୀତି ଜୋର୍ ଧରିଛି। କଂଗ୍ରେସ କହିଛି, ପୁଲଓ୍ବାମା ଆକ୍ରମଣକୁ ନେଇ ସେ ପ୍ରଶ୍ନ ଉଠାଇଥିବାରୁ ତାଙ୍କୁ ସମନ କରାଯାଇଛି।