ଦିଲ୍ଲୀ ମେୟର୍‌ ନିର୍ବାଚନ: ଅବାଧରେ ବିଜୟୀ ହେଲେ ‘ଆପ୍‌’ର ଶେଲି ଓବେରୟ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ‘ଆପ୍‌’ର ଶେଲି ଓବେରୟ ଆଜି ଅପ୍ରତିଦ୍ବନ୍ଦ୍ବୀ ଭାବେ ଦିଲ୍ଲୀ ‘ଏମ୍‌ସିଡି’ର ମେୟର୍‌ ନିର୍ବାଚିତ ହୋଇଛନ୍ତି। ‘ବିଜେପି’ ପ୍ରାର୍ଥିନୀ ଶିଖା ରାୟ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାରୁ ସେ ଅବାଧରେ ଏହି ବିଜୟ ହାସଲ କରିଛନ୍ତି ।

ସେହିପରି, ଡେପୁଟି ମେୟର୍‌ ନିର୍ବାଚନରୁ ମଧ୍ୟ ‘ବିଜେପି’ ପ୍ରାର୍ଥିନୀ ସୋନି ପାଲ୍‌ ତାଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନେବା ପରେ ‘ଆପ୍‌’ ପ୍ରାର୍ଥୀ ଆଲେ ମହମ୍ମଦ୍‌ ଇକ୍‌ବାଲ୍‌ ମଧ୍ୟ ଅପ୍ରତିଦ୍ବନ୍ଦ୍ବୀ ଭାବେ ବିଜୟୀ ହୋଇଛନ୍ତି। ଏହା ହେବ ‌ମେୟର୍‌ ଭାବେ ଶେଲି ଓ ଡେପୁଟି ମେୟର୍‌ ଭାବେ ଆଲେଙ୍କର ଦ୍ବିତୀୟ ପାଳି।

ମେୟର୍‌ ନିର୍ବାଚନ ପାଇଁ ‘ଆପ୍‌’ର ପ୍ରାର୍ଥିନୀ ‌ଶେଲି ଓବେରୟ ଓ ‘ବିଜେପି’ ପ୍ରାର୍ଥିନୀ ଶିଖା ରାୟଙ୍କ ମଧ୍ୟରେ ପ୍ରତ୍ୟକ୍ଷ ପ୍ରତିଦ୍ବନ୍ଦ୍ବିତା ପ୍ରବଳ ହେବ ବୋଲି ଆଶା କରାଯାଉଥିବା ବେଳେ ‘ବିଜେପି’ ପ୍ରାର୍ଥୀ ପ୍ରତ୍ୟାହାର କରିବାରୁ ‘ଆପ୍‌’ ନେତ୍ରୀ ନିର୍ବିଘ୍ନରେ ବିଜୟିନୀ ହୋଇଗଲେ।