ଚାଳକ ଅସଦାଚରଣ କରିବାରୁ ଚଳନ୍ତା ‘ରାପିଡୋ ବାଇକ୍‌’ରୁ ଡେଇଁ ପ‌ଡ଼ିଲେ ମହିଳା

ବେଙ୍ଗାଲୁରୁ : (ସଂକେତ୍ ଟିଭି) ବେଙ୍ଗାଲୁରୁର ଜଣେ ୩୦ ବର୍ଷୀୟ ମହିଳା ଚଳନ୍ତା ‘ରାପିଡୋ ବାଇକ୍‌’ରୁ ଡେଇଁପଡ଼ିଥିବା ନଜରକୁ ଆସିଛି । ରାପିଡୋ ବାଇକ୍ ଚାଳକ ତାଙ୍କ ମୋବାଇଲ୍‌ ଫୋନ୍‌ ଛଡ଼ାଇ ନେବା ସହିତ ଅସଦାଚରଣ କରି ଅନ୍ୟ କ‌ୌଣସି ସ୍ଥାନକୁ ନେଇଯିବାକୁ ଉଦ୍ୟମ କରିବାରୁ ସେ ଡେଇଁପଡ଼ିଥିବା ପୁଲିସ କହିଛି।

ସୂଚନା ଅନୁସାରେ, ଏପ୍ରିଲ୍‌ ୨୧ ତାରିଖ ରାତିରେ ଏହି ଘଟଣା ଘଟିଥିଲା। ଇନ୍ଦିରାନଗର ଯିବା ପାଇଁ ମହିଳାଜଣକ ‘ରାପିଡୋ’ ରାଇଡ୍‌ ବୁକ୍‌ କରିଥିଲେ ଏବଂ ଡ୍ରାଇଭର୍‌ ରାତି ୧୧.୧୦ରେ ତାଙ୍କୁ ବାଇକ୍‌ରେ ବସାଇ ଗନ୍ତବ୍ୟସ୍ଥଳ ଅଭିମୁଖେ ବାହାରିଥିଲେ।

ଓଟିପି’ ଯାଞ୍ଚ କରିବା ବାହାନା କରି ‘ରାପିଡୋ ବାଇକ୍‌’ ଡ୍ରାଇଭର୍‌ ଉକ୍ତ ମହିଳାଙ୍କ ଫୋନ୍‌ ନେଇଥିଲେ। ଏବଂ ପରେ ପରେ ବିମାନ ବନ୍ଦର ଆଡ଼କୁ ବାଇକ୍‌ ଚଳାଇ ନେବା ସହିତ ତାଙ୍କ ସହିତ ଅସଦାଚରଣ କରିଥିଲେ। ମହିଳାଜଣକ ଚିତ୍କାର କରିବା ସହିତ ତାଙ୍କ ନିର୍ଦେଶ ମତେ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ କହୁଥିଲେ ସୁଦ୍ଧା ଡ୍ରାଇଭର୍‌ ନିରବ ରହିଥିଲେ ବୋଲି ପୁଲିସ କହିଛି। ତେବେ ଆତ୍ମରକ୍ଷା ନିମନ୍ତେ ଶେଷରେ ମହିଳା ଜଣକ ଚଳନ୍ତା ବାଇକ୍‌ରୁ ଡେଇଁପଡିଥିଲେ ବୋଲି ପୁଲିସ କହିଛି।

ପୁଲିସ ଏହି ମାମଲାରେ ଦୀପକ ନାମକ ଉକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି। ତାଙ୍କ ନାମରେ ଭାରତୀୟ ପିଙ୍ଗଳ କ‌ୋଡ୍‌ର ଧାରା ୩୫୪ ଏବଂ ଧାରା ୩୬୬ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ସେ ହାଇଦ୍ରାବାଦରୁ ଗତ ୫ ବର୍ଷ ହେବ ଆସି ବେଙ୍ଗାଲୁରୁରେ ବାସ କରୁଛନ୍ତି। ପୁଲିସ ତାହାର ଅତୀତ ରେକର୍ଡ ଯାଞ୍ଚ କରିବ।