କର୍ମଚାରୀଙ୍କୁ ତାଲା ପକାଇ ଦିନ ଦ୍ବିପ୍ରହରରେ ବ୍ୟାଙ୍କ୍ ଲୁଟିଲେ ଡକାୟତ
ବାଲେଶ୍ବର : (ସଂକେତ୍ ଟିଭି) ଦିନ ଦି ପହରେ ବାଲେଶ୍ୱର ଜିଲ୍ଲାରେ ଚନ୍ଦନେଶ୍ୱର ୟୁନିଅନ ବ୍ୟାଙ୍କରେ କର୍ମଚାରୀଙ୍କୁ ତାଲା ପକାଇ ବ୍ୟାଙ୍କ୍ ଲୁଟିଲେ ଡକାୟତ । ବନ୍ଧୁକ ଦେଖାଇ ବ୍ୟାଙ୍କରୁ ୩୦-୪୦ ଲକ୍ଷ ଟଙ୍କା ଚୋରି ହୋଇଥିବା ବେଳେ ସବୁତକ ସୁନା ନେଇଯାଇଥିବା ଅଭିଯୋଗ ହୋଇଛି । ତେବେ ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ, ଭୋଗରାଇ ବ୍ଲକ ଅନ୍ତର୍ଗତ ଚନ୍ଦନେଶ୍ୱର ୟୁନିଅନ ବ୍ୟାଙ୍କକୁ ଆଜି ଗୋଟାଏ ୨୦ ମିନିଟ ସମୟରେ ହଠାତ ୭/୮ ଜଣ ଡକାୟତ ବ୍ୟାଙ୍କରେ ପଶି ବନ୍ଧୁକ ଦେଖାଇ ସମସ୍ତଙ୍କୁ ଭୟଭୀତ କରାଇଥିଲେ । ଏହାପରେ ବ୍ୟାଙ୍କରେ ଥିବା ସବୁତକ ସୁନାଗହଣା ସହ ୩୦-୪୦ ଲକ୍ଷ ଟଙ୍କା ନେଇ ଛୁ ମନ୍ତର ହୋଇଯାଇଛନ୍ତି ଲୁଟେରା । ତେବେ ସବୁ କିଛି ଲୁଟି ନେବା ପରେ ବ୍ୟାଙ୍କର କର୍ମଚାରୀମାନଙ୍କୁ ତାଲା ପକାଇ ଦେବା ସହ ଟଙ୍କା-ସୁନା ଧରି ସମସ୍ତ ଡକାୟତ ପଶ୍ଚିମବଙ୍ଗକୁ ଫେରାର ହୋଇଯାଇଥିବା ସୂଚନା ମିଳିଛି । ତେବେ ଏ ନେଇ ଖବର ମିଳିବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତାଲା ଖୋଲି କର୍ମଚାରୀମାନଙ୍କୁ ଉଦ୍ଧାର କରିଛି । ଏହାପରେ ସିସିଟିଭି ଫୁଟେଜ ଦେଖିବା ସହ ସମସ୍ତଙ୍କୁ ପଚରାଉଚରା କରି ମାମଲାର ତଦନ୍ତ ଆରମ୍ଭ କରିଛି ।