୧ ମେ ରେ ମୁମ୍ବାଇରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ

ମୁମ୍ବାଇ : (ସଂକେତ୍ ଟିଭି) ୧ ମେରେ ମୁମ୍ବାଇରେ ଆତଙ୍କବାଦୀ ଘଟଣା ଘଟିପାରେ । ଏନେଇ ଗୋଇନ୍ଦା ବିଭାଗ ପକ୍ଷରୁ ଗୁପ୍ତ ସୂଚନା ଆଧାରରେ ଆଲର୍ଟ ଜାରି କରାଯାଇଛି।

ଗୁପ୍ତଚର ବିଭାଗର ରିପୋର୍ଟରେ କୁହାଯାଇଛି ଏହି ଦିନ ଆତଙ୍କବାଦୀ ଆକ୍ରମଣ ହେବାର ଆଶଙ୍କା ରହିଛି। ଆତଙ୍କବାଦୀ ଆକ୍ରମଣ ଶିବାଜୀ ପାର୍କରେ ଆୟୋଜିତ ପରେଡରେ ହୋଇପାରେ। ଆତଙ୍କବାଦୀମାନେ ଏଥିପାଇଁ ଶିବାଜୀ ପାର୍କକୁ ଏକ ଏୟାର ସ୍ପେସ ଭାବରେ ବ୍ୟବହାର କରିପାରନ୍ତି।

ସୁରକ୍ଷା ଦୃଷ୍ଟିରୁ ପାର୍କର ଚତୁର୍ଦ୍ଦିଗକୁ ନୋ-ଫ୍ଲାଇଙ୍ଗ ଜୋନ ଭାବେ ଘୋଷଣା କରାଯାଇଛି। ଏହି ଅଞ୍ଚଳରେ ଧାରା ୧୪୪ ଲଗାଯାଇଛି। ଗୁପ୍ତଚର ବିଭାଗରୁ ଇନପୁଟ ପାଇବା ପରେ ଶିବାଜୀ ପାର୍କର ଚାରିପାଖକୁ ନୋ-ଫ୍ଲାଇଙ୍ଗ ଜୋନ ଘୋଷଣା କରାଯାଇଛି। ମୁମ୍ବାଇ ପୋଲିସ ବିଭାଗର ଟିମ ମଧ୍ୟ ସମ୍ପୂର୍ଣ୍ଣ ସତର୍କ ହୋଇଯାଇଛନ୍ତି। ସେଠାରେ ଯାଉଥିବା ପ୍ରତ୍ୟେକ ସନ୍ଦିଗ୍ଧ ବ୍ୟକ୍ତି ଅନୁସନ୍ଧାନ କରିବାକୁ ଯାଉଛନ୍ତି।