ଚିଟଫଣ୍ଡ ସଂସ୍ଥାର ୨ ନିର୍ଦ୍ଦେଶକଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ

ବାଲେଶ୍ୱର : (ସଂକେତ୍ ଟିଭି) ବାଲେଶ୍ଵର ସ୍ଵତନ୍ତ୍ର ଓ ପି ଆଇ ଡି କୋର୍ଟ ଦ୍ଵାରା ଚିଟ୍ ଫଣ୍ଡ ଠକେଇ ମାମଲାରେ ଚିଟଫଣ୍ଡ ସଂସ୍ଥାର ୨ ନିର୍ଦ୍ଦେଶକଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଦଣ୍ଡ ସହ ୧ ଲକ୍ଷ ୫୧ ହଜାର ଟଙ୍କା ଜରିମାନା କରାଯାଇଛି। ସ୍ଵତନ୍ତ୍ର ଓ ପି ଆଇ ଡି କୋର୍ଟ ଜଜ୍ ବିଶ୍ୱଜିତ୍ ଦାସ ‘ମିରାକିଲ୍ ୱଣ୍ଡର’ ନାମକ ଚିଟଫଣ୍ଡ ସଂସ୍ଥାର ୨ ନିର୍ଦ୍ଦେଶକଙ୍କୁ ଏହି ଦଣ୍ଡାଦେଶ ଦେଇଛନ୍ତି ।

ସୂଚନା ଅନୁସାରେ, ମିରାକଲ ୱଣ୍ଡର ସେଲ୍ସ ଆଣ୍ଡ ମାର୍କେଟିଂ ଲିମିଟେଡର ନିର୍ଦ୍ଦେଶକ ମମତା ଦେ ଓ ମାର୍କେଟିଂ ମ୍ୟାନେଜର ଲକ୍ଷ୍ମୀକାନ୍ତ ମହାରଣାଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ, ୧ ଲକ୍ଷ ୫୧ ହଜାର ଟଙ୍କା ଜରିମାନା, ଅନାଦେୟ କ୍ରମେ ୨୩ ମାସ ଜେଲ ଦଣ୍ଡାଦେଶ ହୋଇଛି। ବାଲେଶ୍ଵର ସହରର ସହଦେବଖୁଣ୍ଟା ଥାନାରେ ୯ ଲକ୍ଷ ଟଙ୍କା ଠକେଇ ମାମଲାରେ ୩୦୦/୧୫ ରେ ଏତଲାକାରୀ ରତ୍ନପ୍ରଭା ଦାସ ଅଭିଯୋଗ କରିଥିଲେ।