ଅମିତ ଶାହ କହିଲେ କଂଗ୍ରେସ କ୍ଷମତାକୁ ଆସିଲେ ଦଙ୍ଗା ହେବ, ଏଫ୍‌ଆଇଆର୍‌ ଫାଇଲ୍ କଲା କଂଗ୍ରେସ

ବେଙ୍ଗାଲୁରୁ : (ସଂକେତ୍ ଟିଭି) ଯଦି କଂଗ୍ରେସ କ୍ଷମତାକୁ ଆସିବ ତେବେ ସାମ୍ପ୍ରଦାୟିକ ଦଙ୍ଗା ହେବ ବୋଲି ଏକ ରାଲିରେ ମନ୍ତବ୍ୟ ଦେଇଥିବା ଗୃହମନ୍ତ୍ରୀ ତଥା ବିଜେପି ନେତା ଅମିତ ଶାହଙ୍କ ନାଁରେ ଆଜି ବରିଷ୍ଠ କଂଗ୍ରେସ ‘ଏଫ୍‌ଆଇଆର୍‌’ ଫାଇଲ୍‌ କରିଛି । କଂଗ୍ରେସ ନେତା ରଣଦୀପ ସୂର୍ଯ୍ୟେୱାଲା, ଡକ୍ଟର ପରମେଶ୍ବର ଏବଂ ଡି. କେ. ଶିବକୁମାର ବେଙ୍ଗାଲୁ‌ରସ୍ଥିତ ହାଇ ଗ୍ରାଉଣ୍ଡସ୍ ଥାନାରେ ‘ଏଫ୍‌ଆଇଆର୍‌’ ଫାଇଲ୍‌ କରିଛନ୍ତି।

କଂଗ୍ରେସ ଯଦି ‌କ୍ଷମତାକୁ ଆସେ ଦଙ୍ଗା ହେବ ବୋଲି ଶାହ ଦେଇଥିବା ଟିପ୍ପଣୀ ପ୍ରସଙ୍ଗ ଉଠାଇ କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡି. କେ. ଶିବକୁମାର କହିଛନ୍ତି, ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ଯଦି ସାଧାରଣ ବ୍ୟକ୍ତିଟିଏ ଏଭଳି କହିଥାଆନ୍ତେ ତେବେ ତାଙ୍କୁ ଗିରଫ କରାଯାଇଥାଆନ୍ତା। କଂଗ୍ରେସ କ୍ଷତାକୁ ଆସିଲେ ସାମ୍ପ୍ରଦାୟିକ ଦଙ୍ଗା ହେବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ କହିପାରି‌ବେ ନାହିଁ। କାରଣ, ସେ ଗୃହମନ୍ତ୍ରୀ, ‘ବିଜେପି’ର ‘ଷ୍ଟାର୍‌ ପ୍ରଚାରକ’ ନୁହନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଅକାରଣରେ ମୋ ନାଁରେ ୨୦ରୁ ଅଧିକ ମାମଲା ଫାଇଲ୍‌ କରାଯାଇଛି। ନିର୍ବାଚନ କମିସନ୍‌ରେ ଭାରତୀୟ ଜାତୀୟ କଂଗ୍ରେସ ଅଭିଯୋଗ ଦାଏର କରି ସାରିଛି। ସେଠାରେ ଅଭିଯୋଗ ଦାଏର କରାଯିବା ପରେ ଆମେ ଏଠାକୁ ଆସିଛୁ।