ଲାଞ୍ଚ ନେଇ ଧରାପଡିଲେ ବ୍ଲକ ଶିକ୍ଷା ଅଧିକାରୀ

କେନ୍ଦ୍ରାପଡା : (ସଂକେତ୍ ଟିଭି) ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଲାଞ୍ଚ ନେଇ ଧରାପଡିଲେ ବ୍ଲକ ଶିକ୍ଷା ଅଧିକାରୀ । ଧରାପଡିଥିବା ବ୍ଲକ ଶିକ୍ଷା ଅଧିକାରୀ ଜଣଙ୍କ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ମାନସ ଧଳ । ଏରିଅର ଟଙ୍କା କରାଇଦେବାକୁ ଶିକ୍ଷକଙ୍କଠାରୁ ସେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ।

ସୂଚନା ଅନୁସାରେ, ଜଣେ କର୍ମଚାରୀଙ୍କ ହିତାଧିକାରୀଙ୍କ ଏରିଅର ଟଙ୍କା ବାକି ଥିଲା । ସେ ଏନେଇ ବାରମ୍ୱାର ବ୍ଲକ ଶିକ୍ଷା ଅଧିକାରୀଙ୍କ ନିକଟକୁ ଦୌଡୁଥିଲେ । ବ୍ଲକ ଶିକ୍ଷାଧିକାରୀ ଜଣଙ୍କ ଟଙ୍କା ନେଇ କାମ କରିବାକୁ କହିଥିଲେ । ସେଥିପାଇଁ ସେ ୧୦ ହଜାର ଟଙ୍କା ଦେଉଥିଲେ । ଏହି ଟଙ୍କାକୁ ସେ ବିଇଓଙ୍କୁ ଦେଉଥିବା ବେଳେ ଭିଜିଲାନ୍ସ ଟିମ୍ ମାଡିବସିଥିଲା।