ସାମ୍ନାକୁ ଆସିଲା ଦନ୍ତେୱାଡା ମାଓବାଦୀ ଆକ୍ରମଣର ଭିଡିଓ

ରାୟପୁର : (ସଂକେତ୍ ଟିଭି) ମାଓବାଦୀ ଆକ୍ରମଣରେ ଗତବୁଧବାର ଛତିଶଗଡ଼ର ଦାନ୍ତେୱାଡ଼ାରେ ୧୦ଜଣ ଯବାନଙ୍କ ସମେତ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା। ନକ୍ସଲ ଆକ୍ରମଣ ପରେ ଏକ ଭିଡିଓ ଏବେ ଭାଇରାଲ ହେଉଛି । ଭିଡିଓଟି ଦନ୍ତେୱାଡା ହମଲା ସମୟର ବୋଲି ଚର୍ଚ୍ଚା ହେଉଛି । ଭିଡିଓରେ ଲୋକଙ୍କ ଚିତ୍କାର ଶୁଣାଯିବା ସହ ଗୁଳିମାଡର ଶବ୍ଦ ଶୁଣାଯାଉଛି । କେହି ଜଣେ ଉଡ ଗୟାପୁରା ଉଡଗୟା କହୁଥିବାର ଶୁଣିବାକୁ ମିଳୁଛି । ଯାହାର ଅର୍ଥ ପୁରା ଗାଡି ଉଡି ଯାଇଛି । ଏହି ସମୟରେ ଜଣେ ବ୍ୟକ୍ତି ଜଙ୍ଗଲକୁ ଖସି ପଳାଉଥିବା ଦେଖାଯାଉଛି । ଜଣେ ଡିଆରଜିର ଯବାନ ଭିଡିଓଟି ଉତ୍ତୋଳନ କରିଛନ୍ତି । ନକ୍ସଲଙ୍କ ଆଇଡି ବିସ୍ଫୋରଣ ପରେ ଏହା ଉତ୍ତୋଳନ କରାଯାଇଥିବା ଅନୁମାନ କରାଯାଉଛି

ନିକଟସ୍ଥ ଗ୍ରାମରେ ରହୁଥିବା ଜଣେ ମାଓ ସୂଚନାଦାତାଠାରୁ ଆକ୍ରମଣକାରୀମାନେ ଯବାନଙ୍କ ଫେରିବା ନେଇ ସବୁ ଖବର ପାଇଯାଇଥିଲେ। ମାଓବାଦୀଙ୍କ ଟିସିଓସି (ଟାକ୍ଟିକାଲ କାଉଣ୍ଟର ଅଫେନ୍ସିଭ କ୍ୟାମ୍ପେନ) ଅଧୀନରେ ଯବାନଙ୍କ ଉପରେ ଏଭଳି ପ୍ରଚଣ୍ଡ ଆକ୍ରମଣ ‌ହୋଇଛି। ଆକ୍ରମଣରେ ପ୍ରାୟ ୫୦ କେଜି ବିସ୍ଫୋରକ ବ୍ୟବହୃତ ହୋଇଥିବାବେଳେ ବିସ୍ଫୋରଣ ପରେ ଘଟଣାସ୍ଥଳରେ ୧୦ ଫୁଟର ଗାତ ସୃଷ୍ଟି ହୋଇଥିଲା ।