କର୍ଣ୍ଣାଟକରେ ୧୫୦ସିଟ୍‌ ରେ ଜିତିବ କଂଗ୍ରେସ: ରାହୁଲ ଗାନ୍ଧୀ

ବେଙ୍ଗାଲୁରୁ (ସଂକେତ୍ ଟିଭି) ଆସନ୍ତା ୧୦ତାରିଖରେ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବାକୁ ଯାଉଛି। ତେବେ ନିର୍ବାଚନ ପୂର୍ବରୁ ନିଜ ଦଳ ସପକ୍ଷରେ ଭୋଟ ହାତେଇବା ପାଇଁ ନେତାମାନେ ଅନେକ ପ୍ରତିଶ୍ରୁତି ଦେଉଛନ୍ତି। ଏହିକ୍ରମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର କହିଛନ୍ତି ଯେ, ରାଜ୍ୟରେ ବିଭିନ୍ନ ବିଭାଗରେ ୫୦ହଜାର ପଦବୀ ଖାଲି ପଡିଛି ତେବେ କଂଗ୍ରେସ ସରକାରକୁ ଆସିଲେ ଏହି ୫୦ହଜାର ପଦବୀ ପୂରଣ କରିବ। ଆମ ଦଳ କ୍ଷମତାକୁ ନିଶ୍ଚୟ ଆସିବ। କଂଗ୍ରେସକୁ ଅତିକମ୍‌ରେ ୧୫୦ଟି ସିଟ୍‌ ମିଳିବ ବୋଲି ସେ କହିଛନ୍ତି।