ହାଓ୍ବଡାରୁ ପୁରୀ ଅଭିମୁଖେ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ୍
ଭୁବନେଶ୍ବର, (ସଂକେତ୍ ଟିଭି) ‘ବନ୍ଦେ ଭାରତ ଏକ୍ସପ୍ରେସ୍’ଶୁକ୍ରବାର ପରୀକ୍ଷାମୂଳକ ଭାବେ ହାଓ୍ବଡାରୁ ପୁରୀ ଅଭିମୁଖେ ଗଡ଼ିଛି। ଏହି ଟ୍ରେନ୍ ହାୱଡ଼ା ଷ୍ଟେସନରୁ ସକାଳ ୬ଟା୧୦ ମିନିଟରୁ ବାହିରିଛି । ଦିନ ୧୧ଟା ୨୨ରେ ଭୁବନେଶ୍ୱର ରେଳ ଷ୍ଟେସନ ଅତିକ୍ରମ କରି ପୁରୀ ଅଭିମୁଖେ ବାହାରିଥିଲା । ଦିନ ୧୨ଟା ୩୫ରେ ପୁରୀ ପହଞ୍ଚିଥିଲା ଟ୍ରେନ । ବନ୍ଦେ ଭାରତ ଏକ୍ସପ୍ରେସ୍ ପୁରୀରେ କିଛି ସମୟ ରହିବା ପରେ ଅପରାହ୍ନ ୧ଟା ୫୦ରେ ହାୱଡା ଅଭିମୁଖେ ବାହାରିଥିଲା । ରାତି ୮ଟା ୩୦ରେ ଏହି ଟ୍ରେନ ହାୱଡା ପହଞ୍ଚିଥିଲା ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।
ଏହି ବନ୍ଦେ ଭାରତ ଟ୍ରେନ୍ରେ ୧୬ଟି ବଗି ସଂଯୋଗ କରାଯାଇଥିଲା। ଖଡଗପୁର ଏଡିଆର୍ଏମ୍ ଗିରିଶ କୁମାରଙ୍କ ନେତୃତ୍ୱରେ ଏହି ଟ୍ରେନ ଆସିଥିଲା । ଖଡ଼ଗପୁର, ବାଲେଶ୍ବର, ଭଦ୍ରକ, ଯାଜପୁର , କଟକ, ଭୁବନେଶ୍ୱର, ଖୋର୍ଦ୍ଧାରେ ଏହି ଅତ୍ୟାଧୁନିକ ଟ୍ରେନ୍ ୨ ମିନିଟ ଲେଖାଏଁ ରହିଥିଲା।
