ରାଜ୍ୟର ୩ଟି ରୁଟ୍‌ରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଚଳାଚଳ ପାଇଁ ଚିଠି ଲେଖିଲେ ପରିବହନ ମନ୍ତ୍ରୀ

ଭୁବନେଶ୍ୱର (ସଂକେତ୍ ଟିଭି) ରାଜ୍ୟରେ ୩ଟି ରୁଟରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ପାଇଁ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖିଛନ୍ତି ।

ସୂଚନା ଅନୁସାରେ, ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ପୁରୀରୁ ହାୱଡା, ପୁରୀରୁ ରାୟପୁର ଓ ଭୁବନେଶ୍ୱରରୁ ହାଇଦ୍ରାବାଦ ବନ୍ଦେ ଭାରତ ଟ୍ରେନ ଚଳାଚଳ ନେଇ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖିଛନ୍ତି । ବନ୍ଦେ ଭାରତ ଏକ୍ସପ୍ରେସ ସମ୍ବଲପୁର ଦେଇ ପୁରୀରୁ ରାଉରକେଲା ଚଳାଇବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ରାଜ୍ୟ ଦାବି କରିଛି।

ଓଡିଶାରେ ବନ୍ଦେ ଏକ୍ସପ୍ରେସର ଟ୍ରାଏଲ୍‌ ରନ୍‌ ହୋଇଛି । ହାୱଡ଼ାରୁ ପୁରୀକୁ ଗଡିଛି ବନ୍ଦେ ଭାରତ ଏକ୍ସପ୍ରେସ। ସକାଳେ ହାୱଡ଼ାରୁ ଯାତ୍ରା ଆରମ୍ଭ କରି ପୁରୀରେ ପହଞ୍ଚିଛି ବନ୍ଦେ ଭାରତ ଏକ୍ସପ୍ରେସ୍‌। ପୁରୀରେ କିଛି ସମୟରେ ପୁଣି ଥରେ ହାଓ୍ୱଡ଼ା ଅଭିମୁଖେ ବାହାରିଛି ବନ୍ଦେ ଭାରତ ଏକ୍ସପ୍ରେସ୍‌ ।