ଭୂତ ସଭାପତିଙ୍କ ଗୁମର ଖୋଲୁଛି ପୋଲିସ

ଭୁବନେଶ୍ବର : (ସଂକେତ୍ ଟିଭି) ଭୂତଙ୍କ ସଭାପତି ବିପିନ କୁମାର ରାଉତରାୟଙ୍କୁ ସଦର ଥାନା ପୋଲିସ ବୁଧବାର ନନ୍ଦପୁରରୁ ଗିରଫ କରିଥିଲା। ବିପିନଙ୍କ ଗିରଫ ପରେ ରହସ୍ୟ ଉପରୁ ପରଦାରେ ହଟିବାରେ ଲାଗିଛି। ୨ଟି ୱାରେଂଟି ରହିଥିଲା। ଗତ ୨୦୧୩ ମସିହାରେ ଏକ ଜମିଜମା ଘଟଣାରେ ନିଜ ଭାଇ କେଦାରନାଥ ରାଉତରାୟଙ୍କୁ ଗୁଳି କରି ଫେରାର ହୋଇଯାଇଥିଲା। ପରେ ୨୦୧୬ ଅନ୍ୟ ଜଣେ ସମ୍ପର୍କିୟଙ୍କୁ ଗୁଳି କରିଥିଲେ। ତାଙ୍କ ବିରୋଧରେ ଗିରଫ ପରୱାନା ଜାରି ହୋଇଥିଲା। ଘଟଣା ପରଠାରୁ ସେ ଫେରାର ରହିଥିଲେ।

ଗତକାଲି ପୋଲିସ ହାତରେ ଧରାପଡି ଜେଲରେ ଅଛନ୍ତି ଭୂତଙ୍କ ସଭାପତି ବିପିନ। କେଦାରଙ୍କୁ ଗୁଳମାଡ ପରଠାରୁ ସେ ପଙ୍ଗୁ ପାଲଟି ଯାଇଛନ୍ତି। ଦୀର୍ଘ ଦିନ ପରେ ପୋଲିସ ତାଙ୍କୁ ଗିରଫ କରିଛି। ତାଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି। ପ୍ରକାଶ ଯେ, ବିପିନ ନିକଟରେ ଜଣେ ନେତାଙ୍କ ପ୍ରେତତ୍ମାଙ୍କ ସହ ଭେଟ ହୋଇଥିବା ଏବଂ ସେ ନ୍ୟାୟ ମାଗୁଥିବା ନେଇ ସୋସିଆଲ ମିଡିଆ ଏବଂ କେତେକ ବୈଦୁ୍ୟତିକ ଗଣମାଧ୍ୟମରେ ଏ ସମ୍ପର୍କରେ କହୁଥିବା ଭିଡିଓ ଭାଇରାଲ ହୋଇଥିଲେ। ଏନେଇ ସେ ବେଶ ଚର୍ଚାକୁ ମଧ୍ୟ ଆସିଥିଲେ। ନିଜକୁ ଭୂତକୁ ସଭାପତି ବୋଲି କୁହୁଥିବା ବିପିନ କହୁଥିଲେ ମଶାଣୀରେ ୧୫ମିନିଟ୍‌ ବସିଲେ, ୪୦ଲକ୍ଷ ଭୂତ ତାଙ୍କ ନିକଟକୁ ଆସନ୍ତି। କିଛି ଭୂତ ସେମାନଙ୍କ ସମସ୍ୟା ସମାଧାନ ଲାଗି ସାହାର୍ଯ୍ୟ ଲୋଡୁଥିବା ଏବଂ ସେ
ଭୁବନେଶ୍ୱରକୁ ୪୫ମିନିଟ୍‌ ଅନ୍ଧାର କରିଥିବା ନେଇ କହି ବୁଲିଥିଲେ।