ଆସୁଛି ଲଘୁଚାପ, ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର
ଭୁବନେଶ୍ବର (ସଂକେତ୍ ଟିଭି) ଦକ୍ଷିଣ ବଙ୍ଗୋପସାଗରରେ ମେ ମାସ ଦ୍ୱିତୀୟ ସପ୍ତାହରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ମେ ୫ ତାରିଖ ପାଖାପାଖି ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନ୍ତୁ ବର୍ତ୍ତମାନର ଆକଳନ ଅନୁସାରେ ଏହା ଓଡ଼ିଶା ଉପରେ ପ୍ରଭାବ ପକାଇବନି ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।
ସେ କହିଛନ୍ତି ଏହି ଅବପାତ ବାତ୍ୟାରେ ପରିଣତ ହେବ କି ନାହିଁ ସେନେଇ ସ୍ପଷ୍ଟ ଜଣାପଡିନି । ଯଦି ବାତ୍ୟା ହେବ ଓଡ଼ିଶା ଉପରେ ପ୍ରଭାବ ରହିବ ନାହିଁ। ଗତ କିଛି ବର୍ଷ ହେବ ଲଗାତାର ମେ ମାସରେ ଲଘୁଚାପ ଆସୁଥିବାରୁ ପାଣିପାଗ ବିଭାଗର ଆକଳନ ଏବେ ଚିନ୍ତାର କାରଣ ହୋଇଛି। ତେବେ ଯଦି ମେ ମାସରେ କୌଣସି ବାତ୍ୟା ଆସେ, ତାର କେମିତି ମୁକାବିଲା କରାଯିବ ସେଥିପାଇଁ ରାଜ୍ୟ ସରକାର ନିକଟରେ ଏକ ପ୍ରସ୍ତୁତି ବୈଠକ କରିଥିଲେ। ଯଦି ବାତ୍ୟା ଆସେ ତାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସବୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା।