ଜାରି ହେଲା ଦନ୍ତେୱାଡା ନକ୍ସଲ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ଫଟୋ

ରାୟପୁର (ସଂକେତ୍ ଟିଭି) ଛତିଶଗଡ଼ ଦନ୍ତେୱାଡାରେ ହୋଇଥିବା ନକ୍ସଲ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡର ଫଟୋ ପୋଲିସ ଜାରି କରିଛି। ତାର ନାମ ଜଗଦିଶ ବୋଲି ପୋଲିସ ସୂଚନା ଦେଇଥିବାବେଳେ ତାଙ୍କ ନାମରେ ନଗଦ ପୁରସ୍କାର ରାଶି ମଧ୍ୟ ଘୋଷଣା କରିଛି।

ପୋଲିସ ତଦନ୍ତରୁ ଜଣାପଡିଛି ଯେ ନକ୍ସଲ କ୍ୟାଡର ଜଗଦୀଶ ଯବାନଙ୍କ ଗାଡି ଉପରକୁ ଆଇଇଡି ବିସ୍ଫୋରଣ କରିବା ନେଇ ଯୋଜନା କରିଥିଲା । ଫଳରେ ବିସ୍ଫୋରଣରେ ଦଶ ଜଣ ଯବାନ ଶହୀଦ ହୋଇଥିବା ବେଳେ ଜଣେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିଲା । ଗୁଇନ୍ଦା ସୂଚନା ଅନୁଯାୟୀ ଜଗଦୀଶର ପତ୍ନୀ ହେଉଛନ୍ତି ହେମଲା । ସେ ସୁକମା ଜିଲ୍ଲାର ବାସିନ୍ଦା ହୋଇଥିବା ବେଳେ ପ୍ରତିବନ୍ଧିତ ସଂଗଠନ ଦରଭା ଡିଭିଜର ଡାକ୍ତର ଟିମର କମାଣ୍ଡର ରହିଛନ୍ତି । ଜଗଦିଶର ଶ୍ବଶୂର ବିନୋଦ କଙ୍ଗର ଘାଟି ଏରିଆ କମିଟିର ଇନଚାର୍ଜ ଭାବରେ ସକ୍ରିୟ ଅଛନ୍ତି । ସିପିଆଇର ଦରଭା ଡିଭିଜନ କମିଟିର ନକ୍ସଲ ଏହି ବିସ୍ଫୋରଣରେ ଜଡିତ ରହିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି । ଜଗଦୀଶଙ୍କୁ ବିସ୍ଫୋରଣ ସ୍ଥାନ ନିକଟରେ ଦେଖିବାକୁ ମିଳିଥିଲା ଏବଂ ସେ ଏହି ବିସ୍ଫୋରଣର ଷଡଯନ୍ତ୍ର ରଚିଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି । ସମ୍ପୃକ୍ତ ନକ୍ସଲଙ୍କ ଉପରେ ପୋଲିସ ନଗଦ ପୁରସ୍କାର ଘୋଷଣା କରିଛି ।

୨ମାସ ପୂର୍ବରୁ ଲ୍ୟାଣ୍ଡ ମାଇନ ଖଞ୍ଜି ନକ୍ସଲ ଘାସରେ ଲୁଚାଇଥିଲେ। ଗତ ବୁଧବାର ଛତିଶଗଡ ଦନ୍ତେୱାଡାରେ ଯବାନଙ୍କୁ ନେଇ ଯାଉଥିବା ଗୋଟିଏ ଗାଡି ନକ୍ସଲଙ୍କ ଆଇଡି ବିସ୍ଫୋରଣରେ ଉଡି ଯାଇଥିଲା । ଫଳରେ ଘଟଣାସ୍ଥଳରେ ଦଶ ଜଣ ଯବାନ ଶହୀଦ ହେବା ସହ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା । ବିସ୍ଫୋରଣରେ 50 କେଜି ବିସ୍ଫୋରକ ବ୍ୟବହୃତ ହୋଇଥିଲା । ଘଟଣାର ଗୋଟିଏ ଦିନ ପରେ ନକ୍ସଲ ଆକ୍ରମଣର ଏକ ଭିଡିଓ ସାମ୍ନାକୁ ଆସିଥିଲା । ତେବେ ଘଟଣାସ୍ଥଳରେ ଦୁଇ ମାସ ପୂର୍ବରୁ ନକ୍ସଲ ମାନେ ଆଇଡି ବୋମା ଖଞ୍ଜିଥିଲେ ଓ ରାସ୍ତା ପାର୍ଶ୍ବରେ ସୁଡ଼ଙ୍ଗ ଖୋଳି ବୋମାକୁ 3ରୁ 4 ଫୁଟ ତଳେ ରଖିଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି । ତଦନ୍ତ ଆଧାରରେ ନକ୍ସଲ ଚୈତୁ ଦେବ ମଙ୍ଗୁଟୁ ରଣସାଇ ଜଏଲାଲ ବାମନ ସୋମ ରାକେଶ ଓ ଭୀମ ବିରୋଧରେ ଆର୍ମି ଆକ୍ଟ ୟୁଏପିଏ ଆକ୍ଟ ଓ ଅନାନ୍ୟ ଆକ୍ଟ ଆଧାରରେ ଧାରା 147 148 149 307 302ରେ ପୋଲିସ ମାମଲା ରୁଜୁ କରିଛି ।