ପ୍ରଧାନମନ୍ତ୍ରୀଙ୍କ ଜୀବନର ମାର୍ଗଦର୍ଶକ ଲକ୍ଷ୍ମଣ ରାଓ କିଏ

ନୂଆଦିଲ୍ଲୀ (ସଂକେତ୍ ଟିଭି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶହେତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ସମ୍ବୋଧନ କରି ଲକ୍ଷ୍ମଣରାଓ ଇନାମଦାରଙ୍କୁ ତାଙ୍କ ଜୀବନର ମାର୍ଗଦର୍ଶକ ବୋଲି କହିଥିଲେ । ଲକ୍ଷ୍ମଣରାଓ ହିଁ ତାଙ୍କୁ ସାମାଜିକ ଜୀବନରେ ମାର୍ଗଦର୍ଶନ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୋର ଜଣେ ମାର୍ଗଦର୍ଶକ ଥିଲେ ଲକ୍ଷ୍ମଣରାଓ ଜୀ ଇନାମଦାର ତାଙ୍କୁ ମୁଁ ଓକିଲ ବାବୁ କୁହେ । ସେ ସବୁବେଳେ ଅନ୍ୟଙ୍କ ଗୁଣକୁ ପୂଜା କରିବାକୁ କହୁଥିଲେ । ସାମ୍ନାରେ ଯେ କେହି ବି ହେଉ ତୁମ ବିରୋଧୀ ହେଉ ବା ସମର୍ଥକ ତାଙ୍କ ଭଲ ଗୁଣରୁ ଖିଶିବାକୁ ପ୍ରୟାସ କରିବାକୁ ହେବ । ମନ୍ କି ବାତ୍ ଅନ୍ୟମାନଙ୍କ ଗୁଣରୁ କିଛି ଶିଖିବାର ମାଧ୍ୟମ ହୋଇଛି ।

ଲକ୍ଷ୍ମଣରାଓ ଇନାମଦାର 1917 ମସିହାରେ ପୁଣେରେ ଜନ୍ମଗ୍ରହଣ କରିଥିଲେ । ସେ 10 ଭାଇ ଭଉଣୀ ଥିଲେ । 1943ରେ ପୁଣେ ବିଶ୍ବବିଦ୍ୟାଳୟରେ ଆଇନରେ ଡିଗ୍ରୀ ହାସଲ କରିଥିଲେ । ଏହା ପରେ ସେ ଆରଏସଏସରେ ସାମିଲ ହୋଇଥିଲେ । ସ୍ବାଧୀନତା ସଂଗ୍ରାମରେ ସାମିଲ ହୋଇଥିଲେ । ହାଇଦ୍ରାବାର ନିଜାମ ଶାସନ ବିରୋଧରେ ଆନ୍ଦୋଳନର ନେତୃତ୍ବ ନେଇଥିଲେ । ପୁଣି ଗୁଜୁରାଟରେ ଜଣେ ପ୍ରଚାରକ ଆକାରରେ ସାମିଲ ହୋଇଥିଲେ । ଅବିବାହିତ ରହିବାକୁ ନିଷ୍ପତ୍ତି ନେଇଥିଲେ ।

1960 ମସିହାରେ ନରେନ୍ଦ୍ର ମୋଦି ପ୍ରଥମଥର ଲକ୍ଷ୍ମଣରାଓଙ୍କୁ ସାକ୍ଷାତ କରିଥିଲେ । ସେବେ ଲକ୍ଷ୍ମଣରାଓ ଯୁବବର୍ଗଙ୍କୁ ଆରଏସଏସରେ ସାମିଲ ହେବାକୁ ଆହ୍ବାନ ଦେଉଥିଲେ । ଗୁଜୁରାତ ବଡନଗରରେ ଏକା କାର୍ଯ୍ୟକ୍ରମକୁ ସମ୍ବୋଧନ କରିବା ସମୟରେ ମୋଦିଙ୍କ ସହ ତାଙ୍କର ପ୍ରଥମ ଭେଟ ହୋଇଥିଲା । 2008ରେ ମୋଦି ଜ୍ୟୋତିପୁଞ୍ଜ ନାମକ ପୁସ୍ତକ ଲେଖିଥିଲେ ଯେଉଁଥିରେ ଲକ୍ଷ୍ମଣନାଥରାଓଙ୍କ କଥା ରହିଛି । 17 ବର୍ଷ ବୟସରେ ମୋଦି 1969ରେ ହାଇସ୍କୁଲ ପାଠପଢା ପରେ ଘର ଛାଡିଥିଲେ । ଲକ୍ଷ୍ମଣରାଓ ନରେନ୍ଦ୍ର ମୋଦିଙ୍କ ଜୀବନକୁ ପ୍ରଭାବିତ କରିଥିଲେ । ସାମାଜିକ ମୁଦ୍ଦା ଉପରେ ମୋଦିଙ୍କ ଚିନ୍ତା ପ୍ରକଟ କଠୋର ଅନୁଶାସନ ଏବଂ ପରିଶ୍ରମ କରିବାର କ୍ଷମତା ଲକ୍ଷ୍ମଣରାଓ ଇନମଦାରଙ୍କଠାରୁ ଶିଖିଛନ୍ତି ।”