କର୍ଣ୍ଣାଟକ ନିର୍ବାଚନ : ବିଜେପିର ନିର୍ବାଚନୀ ଇସ୍ତାହାର, ମାଗଣା କ୍ଷୀର ସହ ଦେବ ଗ୍ୟାସ ସିଲିଣ୍ଡର

ବେଙ୍ଗାଲୁରୁ (ସଂକେତ୍ ଟିଭି) ମାଗଣା ନନ୍ଦିନୀ ଦୁଗ୍ଧ ଓ ରନ୍ଧନ ଗ୍ୟାସ୍‌ ଯୋଗାଣ ସାଙ୍ଗକୁ ୟୁନିଫର୍ମ ସିଭିଲ୍‌ କୋଡ୍‌’,ଉତ୍ପାଦନ କ୍ଷେତ୍ରରେ ୧୦ ଲକ୍ଷ ନିଯୁକ୍ତିର ପ୍ରତିଶୃତି ଦେଇ ବିଜେପି କର୍ଣ୍ଣାଟକ ଗାଦି ହାତେଇବାକୁ ଚେଷ୍ଟା ଜାରି ରଖିଛି । ‘ବିଜେପି ପ୍ରଜା ପ୍ରଣାଳିକେ’ ନାମକ ନିର୍ବାଚନୀ ଇସ୍ତାହାରକୁ ଆଜି ବେଙ୍ଗାଲୁରୁରେ ଦଳର ଜାତୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡା ଉନ୍ମୋଚନ କରିଛନ୍ତି।

ୟୁସିସି କୋଡ ଲାଗୁ ଜାତୀୟ ନାଗରିକ ପଞ୍ଜୀକରଣ ବା ଏନଆରସି 10 ଲକ୍ଷ ନିଯୁକ୍ତି ଉଗାଡି ଗଣେଷ ଚତୁର୍ଥୀ ଓ ଦିପାବଳୀରେ ବିପିଏଲ କାର୍ଡଧାରୀଙ୍କୁ ବର୍ଷକୁ ୩ଟି (ୟୁଗାଡ଼ି, ଗଣେଶ ଚତୁର୍ଥୀ ଓ ଦୀପାବଳି) ମାଗଣା ଗ୍ୟାସ ସିଲିଣ୍ଡର ସହ କ୍ଷମତାକୁ ଆସିଲେ ପ୍ରତିଦିନ ମାଗଣା ପାଞ୍ଚ ଶହ ଲିଟର ନନ୍ଦିନୀ କ୍ଷୀର ଯୋଗାଇ ଦେବ ବୋଲି ପ୍ରତିଶ୍ରୁତି ଦେଇଛି । ଲୋକଙ୍କୁ ଶସ୍ତାରେ ଖାଦ୍ୟ ଯୋଗାଇ ଦେବାକୁ ଅଟଳ କେନ୍ଦ୍ର ଖୋଲାଯିବ । ବାସହୀନଙ୍କୁ ଦଶ ଲକ୍ଷ ଘର ମିଳିବ ।

ଗଣମାଧ୍ୟମକୁ ସମ୍ବୋଧନ କରି ନଡ୍ଡା କହିଛନ୍ତି, ଶୀତତାପ ନିୟନ୍ତ୍ରିତ କୋଠରିରେ ବସି ଆଲୋଚନା କରିବା ପରେ ଏହି ଇସ୍ତାହାର ପ୍ରକାଶ କରାଯାଇନାହିଁ। ଦଳର କର୍ମୀମାନେ ରାଜ୍ୟର ସବୁ ପ୍ରାନ୍ତକୁ ଗସ୍ତ କରି ସଂଗ୍ରହ କରିଥିବା ତଥ୍ୟାବଳି ଆଧାରରେ ଏହି ଇସ୍ତାହାର ପ୍ରସ୍ତୁତ କରାଯାଇଛି।

ନଡ୍ଡା ଆହୁରି ମଧ୍ୟ କହିଛନ୍ତି, ରାଜ୍ୟ ପ୍ରତି ‘ବିଜେପି’ର ବିଚାରଧାରା ହେଉଛି, ସମସ୍ତଙ୍କ ପ୍ରତି ବିଚାର, କାହା ପ୍ରତି ତୁଷ୍ଟିକରଣ ନୁହେଁ। ରାଜ୍ୟରେ ସଂଖ୍ୟାଲଘୁଙ୍କ ନିମନ୍ତେ ଥିବା ଅସାମ୍ବିଧାନିକ ସଂରକ୍ଷଣକୁ ମଧ୍ୟ ତାଙ୍କ ଦଳର ସରକାର ଉଚ୍ଛେଦ କରି ଦେଇଛନ୍ତି।