ଉପନିର୍ବାଚନ ପୂର୍ବରୁ ଇସ୍ତଫା ଦେଲେ ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ସଭାପତି

ଝାରସୁଗୁଡ଼ା (ସଂକେତ୍ ଟିଭି) ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ମିଶ୍ର ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏହା ସହିତ ଉପନିର୍ବାଚନ ପୂର୍ବରୁ ଜିଲ୍ଲା କଂଗ୍ରେସକୁ ଏକ ଝଟକା ଲାଗିଛି। ଅଶୋକ ମିଶ୍ର ପିସିସି ସଭାପତିଙ୍କୁ ନିଜ ଇସ୍ତାଫା ପତ୍ର ପଠାଇଛନ୍ତି । ତେବେ ଇସ୍ତଫାର ସ୍ପଷ୍ଟ କାରଣ ଏବେ ଯାଏଁ ଜଣାପଡିନାହିଁ ।

ତେବେ ସେ କଂଗ୍ରେସର ପ୍ରାଥମିକ ସଦସ୍ୟତା ଏବେ ବି ରଖିଛନ୍ତି ଓ ଏବେ ବି କଂଗ୍ରେସରେ ଅଛନ୍ତି ବୋଲି କହିଛନ୍ତି। ଚଳିତ ଉପ ନିର୍ବାଚନରେ ଶ୍ରୀ ମିଶ୍ର କଂଗ୍ରେସ ଟିକେଟ ପାଇବା ନେଇ ଆଶାୟୀ ଥିଲେ ଓ ଟିକେଟ ନ ମିଳିବାରୁ ସେ ଅସନ୍ତୁଷ୍ଟ ଥିବା କୁହାଯାଉଛି। କଂଗ୍ରେସ ପକ୍ଷରୁ ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା। ତରୁଣ ହେଉଛନ୍ତି ୩ ଥରର ବିଧାୟକ ବୀରେନ୍‌ ପାଣ୍ଡେଙ୍କ ପୁଅ। ନିକଟରେ ବୀରେନ୍‌ ପାଣ୍ଡେଙ୍କ ଦେହାନ୍ତ ହୋଇଥିବାରୁ ତରୁଣଙ୍କୁ ଟିକଟ ଦେଇ ଅନୁକମ୍ପା ଭୋଟ୍‌ ହାତେଇବାକୁ କଂଗ୍ରେସ ଯୋଜନା କରୁଥିବା ଚର୍ଚ୍ଚା ହେଉଛି।