ଡିକି ଖୋଲିବା ବେଳେ ଦୁଇ ଲକ୍ଷ ଟଙ୍କା ଝାମ୍ପି ନେଲେ ଲୁଟେରା
ଭଦ୍ରକ (ସଂକେତ୍ ଟିଭି) ଭଦ୍ରକ ଜିଲ୍ଲା ଟାଉନ ଥାନା ମେଡିକାଲ ଛକରେ ମୋଟର ସାଇକେଲ ଡିକି ଖୋଲିବା ବେଳେ ଯୁବକଙ୍କ ହାତରୁ ଦୁଇ ଲକ୍ଷ ଟଙ୍କା ଝାମ୍ପି ନେଲେ ଲୁଟେରା । ଯୁବକ ଜଣକ ଭଉଣୀ ବାହାଘର ପାଇଁ ଲୋନ ସୁଝି ସୁନା ନେବାକୁ ଆସିଥିଲେ ।
ସୂଚନା ଅନୁସାରେ, କୋଠାର ଅଞ୍ଚଳର ଯୁବକ ଅଭିଜିତ ପୁଣ୍ଟିଆଙ୍କ ଭଉଣୀ ବାହାଘର ପାଇଁ ବ୍ୟାଙ୍କରେ ବନ୍ଧକ ଥିବା ସୁନା ମୁକୁଳାଇବା ପାଇଁ ଆସିଥିଲେ । ଦୁଇ ଲକ୍ଷ ଟଙ୍କା ଦେଇ ସୁନା ବ୍ୟାଙ୍କରୁ ନେଇଥାନ୍ତେ । କିନ୍ତୁ ମେଡିକାଲ ଛକ ନିକଟରେ ମେଡ଼ିସିନ କିଣିବା ପାଇଁ ବାଇକ ଡ଼ିକି ଖୋଲିବା ବେଳେ ଅଜଣା ଦୁର୍ବୁତ୍ତ ଟଙ୍କା ବ୍ୟାଗକୁ ଝାମ୍ପି ନେଇ ଅନ୍ୟ ଜଣେ ଯୁବକଙ୍କ ବାଇକରେ ପଳାଇଥିଲେ । ପରେ ଅଭିଜିତ ଭଦ୍ରକ ଟାଉନ ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି ।